ଏସୀୟ ପାରା କ୍ରୀଡ଼ା ଉଦ୍ଘାଟିତ
ନାଗୋୟୋ: ଜାପାନ ସମ୍ରାଟ ନାରୁହିତୋଙ୍କ କରକମଳରେ ରବିବାର ଉଦ୍ଘାଟିତ ହୋଇଯାଇଛି ପଞ୍ଚମ ଏସୀୟ ପାରା କ୍ରୀଡ଼ା। ଜାପାନର ଆଇଚି-ନାଗୋୟୋସ୍ଥିତ ନାଗୋୟୋ ସିଟି ମିଜୁହୋ ପାର୍କ ଆଥଲେଟିକ୍ଷ୍ଟାଡିୟମରେ ଆୟୋଜିତ ଉଦ୍ଘାଟନୀ ସମାରୋହ ସହ ଏହି ମହାଦେଶୀୟ କ୍ରୀଡ଼ା ମହାକୁମ୍ଭର ଔପଚାରିକ ଶୁଭାରମ୍ଭ ହୋଇଛି। ଚଳିତ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ାରେ ଏସିଆ ମହାଦେଶର ୪୫ଟି ଦେଶର ପାଖାପାଖି ୩,୦୦୦ ଖେଳାଳି ଓ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ‘ଇମାଜିନ୍ ୱାନ୍ ହାର୍ଟ’ ବା ‘ଗୋଟିଏ ହୃଦୟର କଳ୍ପନା’ ବାର୍ତ୍ତାକୁ ନେଇ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତା ଏକତା, ସମାନତା ଓ ଦୃଢ଼ ମନୋବଳର ପରିଚୟ ଦେଇଛି।
Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି
ଉଦ୍ଘାଟନୀ ସମାରୋହରେ ଏସୀୟ ପାରାଲିମ୍ପିକ୍ କମିଟିର ସଭାପତି ମାଜିଦ୍ ରାସେଦ୍ ଏବଂ ଆଇଚି-ନାଗୋୟୋ କ୍ରୀଡ଼ା ଓ ଏସୀୟ ପାରା କ୍ରୀଡ଼ା ଆୟୋଜନ କମିଟିର ସଭାପତି ହିଦେଆକି ଓମୁରା ଉଦ୍ବୋଧନ ଦେଇଥିଲେ। ପ୍ରଥମଥର ପାଇଁ ଏସିଆର ସମସ୍ତ ୪୫ଟି ଦେଶ ଏହି କ୍ରୀଡ଼ାରେ ପ୍ରତିନିଧିତ୍ୱ କରୁଥିବାରୁ ଏହାକୁ ଏକ ଐତିହାସିକ ଉପଲବ୍ଧି ଭାବେ ଅଭିହିତ କରାଯାଇଛି। ରବିବାରର ଏହି ରଙ୍ଗାରଙ୍ଗ ମହୋତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଖେଳରତ୍ନ ପ୍ରମୋଦ ଭଗତ ଓ ପାରା ଆଥଲେଟ୍ ସିମରନ ଶର୍ମା। ଉଭୟ ଦେଶର ଜାତୀୟ ପତାକା ତ୍ରିରଙ୍ଗା ଧରି ଭାରତୀୟ ଦଳର ମାର୍ଚ୍ଚପାଷ୍ଟରେ ସାମିଲ ହୋଇଥିଲେ। ପ୍ରାରମ୍ଭରେ ପ୍ରମୋଦଙ୍କ ସହ ପାରା ଟେବୁଲ ଟେନିସ୍ ଖେଳାଳି ଭାବିନା ପଟେଲଙ୍କୁ ପତାକାବାହକ ଭାବେ ମନୋନୀତ କରାଯାଇଥିଲା। ତେବେ ସୋମବାର ଭାବିନାଙ୍କର ଗୁରୁତ୍ୱପୂର୍ଣ୍ଣ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଥିବାରୁ ତାଙ୍କୁ ବିଶ୍ରାମ ଦେବା ଉଦ୍ଦେଶ୍ୟରେ ସିମରନଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା।
ଭାରତୀୟ ଦଳର ନେତୃତ୍ବ ନେଲେ ପ୍ରମୋଦ
ପୋଷାକରେ ଭାରତର ୫,୦୦୦ ବର୍ଷ ପୁରାତନ ଐତିହ୍ୟର ଝଲକ
Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା
ଏଥର ଭାରତୀୟ ଦଳରେ ମୋଟ ୨୮୧ ଜଣ ସଦସ୍ୟ ରହିଛନ୍ତି। ସେଥିମଧ୍ୟରେ ଅଛନ୍ତି ୧୬୮ ଜଣ ଆଥଲେଟ୍ ଅଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ୧୧୨ ଜଣ ପୁରୁଷ ଓ ୫୬ ଜଣ ମହିଳା ରହିଛନ୍ତି। ସେମାନେ ୧୧ଟି କ୍ରୀଡ଼ା ବିଭାଗରେ ଭାରତ ପାଇଁ ପଦକ ଜିତିବା ଲକ୍ଷ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତୀୟ ଦଳର ପୋଷାକ ମଧ୍ୟ ଉଦ୍ଘାଟନୀ ସମାରୋହର ଅନ୍ୟତମ ଆକର୍ଷଣ ଥିଲା। ଖେଳାଳିମାନେ ସିନ୍ଧୁ ସଭ୍ୟତାର କଳା ଓ ଐତିହ୍ୟରୁ ପ୍ରେରଣା ନେଇ ପ୍ରସ୍ତୁତ ସୁନେଲି ଓ ଗାଢ଼ ନୀଳ ରଙ୍ଗର ବ୍ଲେଜର ପିନ୍ଧିଥିଲେ। ଏଥିରେ ସିନ୍ଧୁ ସଭ୍ୟତାର ପ୍ରସିଦ୍ଧ ‘ପୁରୋହିତ ରାଜା’ ମୂର୍ତ୍ତି, ‘ନୃତ୍ୟରତ ଯୁବତୀ’ ମୂର୍ତ୍ତି ଏବଂ ପ୍ରାଚୀନ ମୋହରର ଚିତ୍ର ସ୍ଥାନ ପାଇଥିଲା। ବ୍ଲେଜରର ପକେଟ୍ ନିକଟରେ ତ୍ରିରଙ୍ଗା ରହିଥିବାବେଳେ କଲାରରେ ସପ୍ତସିନ୍ଧୁର ଐତିହ୍ୟକୁ ସମ୍ମାନ ଜଣାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
