ଏନଭିଡିଆକୁ ଫେରିଲେ ଜେନସେନ୍ ହୁଆଙ୍ଗ, ଅଫିସରେ ଜୋରଦାର ସ୍ୱାଗତ କଲେ କର୍ମଚାରୀ

Nov 24, 2026 - 09:36
ଏନଭିଡିଆକୁ ଫେରିଲେ ଜେନସେନ୍ ହୁଆଙ୍ଗ, ଅଫିସରେ ଜୋରଦାର ସ୍ୱାଗତ କଲେ କର୍ମଚାରୀ

ନନ୍ଦିଘୋଷ ବ୍ୟୁରୋ: ଫେରିଲେ ବସ୍ । ଆଉ ଫେରିବା ପରେ ମିଳିଲା ଜୋରଦାର ସ୍ୱାଗତ ! ଅଫିସରେ ପାଦ ଦେଉ ଦେଉ ଚାରିଆଡ଼େ ଶୁଭିଲା ଜେନସେନ୍ ଜେନସେନ୍ ନାରା । କେହି ତାଳି ମାରି ସ୍ୱାଗତ କଲେ ତ ଆଉ କେହି ଆଲିଙ୍ଗନ କରି ଜଣାଇଲେ ଭଲପାଇବା । ଆମେରିକାର ପ୍ରମୁଖ ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆର ମୁଖ୍ୟାଳୟରେ ଉତ୍ସାହ । ପୁଣିଥରେ ସିଇଓ ଦାୟିତ୍ୱକୁ ଫେରିଛନ୍ତି ଜେନସେନ୍ ହୁଆଙ୍ଗ । ଆଉ ଫେରିବା ପରେ କର୍ମଚାରୀଙ୍କୁ ଦେଇଛନ୍ତି ବଡ଼ ପ୍ରତିଶ୍ରୁତି । କହିଛନ୍ତି, ଦ୍ୱିତୀୟ ଥର ପାଇଁ ଆହୁରି ଭଲ ସିଇଓ ହେବି । ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ସାଣ୍ଟା କ୍ଲାରାରେ ଥିବା ଏନଭିଡିଆ ମୁଖ୍ୟାଳୟରେ ଏବେ ଉତ୍ସବର ମାହୋଲ ।

ସିଇଓ ଜେନସେନ୍ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ । ଏହି ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ ଜେନସେନ୍। କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ, ମୋତେ ଦ୍ୱିତୀୟ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ଏଥର ମୁଁ ଆହୁରି ଭଲ ସିଇଓ ହେବାକୁ ଚେଷ୍ଟା କରିବି । ତେବେ ଜେନସେନ୍ ହୁଆଙ୍ଗଙ୍କ ଏହି ପ୍ରତ୍ୟାବର୍ତ୍ତନ ପଛରେ ରହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ । ଟ୍ରମ୍ପ କହିଥିଲେ, ଏନଭିଡିଆ ବୋର୍ଡ ସହ ଆଲୋଚନା କରି ସେ ହୁଆଙ୍ଗଙ୍କୁ ପୁଣି ସିଇଓ ପଦରେ ଫେରାଇ ଆଣିବା ପାଇଁ ସହମତି ହାସଲ କରିଛନ୍ତି । ହୁଆଙ୍ଗଙ୍କୁ ଜଣେ ଜାତୀୟ ସମ୍ପଦ ବୋଲି କହିଥିଲେ ଟ୍ରମ୍ପ । ତାଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଆମେରିକାର ଜାତୀୟ ସୁରକ୍ଷା ପ୍ରତି କୌଣସି ବିପଦ ରହିଛି କି ନାହିଁ, ସେନେଇ ବୋର୍ଡ ଆଶ୍ୱାସନା ଚାହିଁଥିବା କହିଥିଲେ ଟ୍ରମ୍ପ ।

ଜେନସେନ୍ ଙ୍କ ନିଯୁକ୍ତି ଯୋଗୁଁ କମ୍ପାନୀର ସେୟାରରେ ଏକ ବଡ଼ ବୃଦ୍ଧି ଘଟିଛି। ଏହି ବୃଦ୍ଧି ସହିତ, ଜେନସେନ୍‌ଙ୍କ ନେଟ୍ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି। ଏନଭିଡିଆର ସେୟାର ୩୧.୫ ପ୍ରତିଶତ ବୃଦ୍ଧି ପାଇଛି । ଗୋଟିଏ ଦିନରେ ତାଙ୍କ ନେଟ୍ ସମ୍ପତ୍ତି ୩୧.୭ ବିଲିୟନ ବୃଦ୍ଧି ପାଇଛି। ବ୍ଲୁମବର୍ଗର ବିଲିୟନିୟର୍ସ ଇଣ୍ଡେକ୍ସରେ ତାଙ୍କର ରାଙ୍କିଂ ମଧ୍ୟ ବୃଦ୍ଧି ପାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)