ଇରାନ ଉପରେ ଆମେରିକାର ଜୋରଦାର ହମଲା

Sep 02, 2026 - 12:05
ଇରାନ ଉପରେ ଆମେରିକାର ଜୋରଦାର ହମଲା

ନନ୍ଦିଘୋଷ ବ୍ୟୁରୋ :ପୁଣି ପଶ୍ଚିମ ଏସିଆରେ ତୀବ୍ର ଉତ୍ତେଜନା । ଇରାନ ଉପରେ ଆମେରିକାର ଜୋରଦାର ହମଲା। ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି। ସେପଟେ ଜୋର୍ଡାନ, ବାହାରିନସ୍ଥିତ ଆମେରିକୀୟ ଏୟାରବେସ ଉପରେ ଇରାନର ଜୋରଦାର ଏୟାରଷ୍ଟ୍ରାଇକ। ଆମେରିକା ହମଲା ଜବାବରେ ଆକ୍ରମଣ କରିଛି ଇରାନ। ବିଭିନ୍ନ ସାମରିକ ବେସ୍ ଉପରେ ଇରାନ କରିଛି ଡ୍ରୋନ ହମଲା। ଗତକାଲି ଇରାନ ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିବା ପରେ କ୍ଷୁବ୍ଧ ହୋଇଥିଲା ଇରାନ।

IRGC କହିଛି ଆମେରିକାର ସାମରିକ ଘାଟି ଉପରେ ଇରାନ ବହୁ ବାଲିଷ୍ଟିକ ମିସାଇଲରେ ହମଲା କରିଛି। ସେପଟେ ଜୋର୍ଡାନ କହିଛି ଏହାର ଏୟାର ଡିଫେନ୍ସ ସିଷ୍ଟମ ପ୍ରାୟ ୧୩ଟି ମିସାଇଲକୁ ନିଷ୍କ୍ରିୟ କରିଛି। ୩ଟି ମିସାଇଲ ତଳେ ଖସିପଡିଛି। କୁଏତ ବି କହିଛି ଏହାର ଏୟାର ଡିଫେନ୍ସ ସିଷ୍ଟମ କିଛି ଡ୍ରୋନଙ୍କୁ ନିଷ୍କ୍ରିୟ କରିଛି। ହର୍ମୁଜ ନିକଟରେ ଆଇଆରଜିସିର କିଛି ସ୍ଥଳ ଉପରେ ଆମେରିକାର ହମଲାର ଜବାବରେ ଏହି ଆକ୍ରମଣ କରିଛି ଇରାନ।

ତେଣେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନକୁ ସତର୍କ କରି କହିଛନ୍ତି- ଯଦି ଆମେରିକା ବିରୋଧରେ ଇରାନ ଅଧିକ ପଦକ୍ଷେପ ନିଏ ତେବେ ଆଗକୁ ଅଧିକ ଭୟଙ୍କର ଆକ୍ରମଣ ହେବ। ଆଇଆରଜିସି ଅଭିଯୋଗ କରିଛି- ବିଭିନ୍ନ ଜନବସତି ଉପରେ ଆମେରିକା ଆଖିବୁଜା ହମଲା କରିଛି। ଆମେରିକା ଓ ଇରାନ ମଧ୍ୟରେ  ଉତ୍ତେଜନା ବୃଦ୍ଧି ଯୋଗୁ ପୁଣି ପଶ୍ଚିମ ଏସିଆରେ ସଙ୍କଟ ଘନୀଭୂତ ହୋଇଛି। ସେପଟେ ଯୁଦ୍ଧକୁ ନେଇ ଆଜି କ୍ରାସ କରିଛି ସେୟାର ମାର୍କେଟ। ୭୫୦ ପଏଣ୍ଟ ହ୍ରାସ ପାଇଛି ସେନସେକ୍ସ। ଅଶୋଧିତ ତୈଳ ଦର ୫ ପ୍ରତିଶତ ବୃଦ୍ଧି ପାଇଛି।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)