ଇରାନ ଉପରେ ଆକ୍ରମଣ ନେଇ ଆମେରିକା ଓ ଇସ୍ରାଏଲ ପ୍ରସ୍ତୁତ

Oct 24, 2026 - 22:35
ଇରାନ ଉପରେ ଆକ୍ରମଣ ନେଇ ଆମେରିକା ଓ ଇସ୍ରାଏଲ ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଖୁବ୍ ଶୀଘ୍ର ଆମେରିକା ଓ ଇରାନ ମଧ୍ୟରେ ଚାଲିବ ବଡ଼ ଧରଣର ଲଢେଇ। ଇରାନ ଉପରେ ବଡ଼ ଆକ୍ରମଣ ଲାଗି ଆମେରିକା ଓ ଇସ୍ରାଏଲ ଜୋରସୋର ଉଦ୍ୟମ କରୁଥିବା ସୂଚନା ମିଳିଛି। ଗତ କିଛି ସପ୍ତାହ ଧରି ଆମେରିକା ଓ ଇସ୍ରାଏଲର ପ୍ରସ୍ତୁତି ପୁଣି ଥରେ ପଶ୍ଚିମ ଏସିଆରେ ବଡ଼ ଧରଣର ସଙ୍କଟ ନେଇ ଆଶଙ୍କା ସୃଷ୍ଟି କରୁଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ୨ଟି ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିଅର ମୁତୟନ ହୋଇଥିବାବେଳେ ତୃତୀୟଟି ଅଧାବାଟରେ ରହିଛି। ସେପଟେ ସମ୍ଭାବ୍ୟ ଉତ୍ତେଜନା ନେଇ ଆମେରିକା ଓ ଭାରତ ଆଡଭାଇଜରୀ ଜାରି କରିଛନ୍ତି। ଇସ୍ରାଏଲ ବି ଆରମ୍ଭ କରିଛି ସାମରିକ ପ୍ରସ୍ତୁତି। ଇରାନ ସୀମାରେ ଇସ୍ରାଏଲ କରିଛି ସମରାଭ୍ୟାସ। ଇରାନ ସହ ବୁଝାମଣାରେ ଅଗ୍ରଗତି ହେଉ ନଥିବାବେଳେ ଅତୀତ ତୁଳନାରେ ଆଉ ଏକ ବଡ଼ଧରଣର ହମଲା ଲାଗି ଏକରକମ ପ୍ରସ୍ତୁତି ଶେଷ ହୋଇଥିବା କୁହାଯାଉଛି।

ଆସନ୍ତା ଦୁଇ ସପ୍ତାହରେ ଆମେରିକା ଓ ଇସ୍ରାଏଲ ନିର୍ବାଚନ ହେବାକୁ ଯାଉଥିବାବେଳେ ସମ୍ଭବତଃ ଖୁବ୍ ଶୀଘ୍ର ଏହି ହମଲା ହେବା ଆଶଙ୍କା କରାଯାଉଛି। ଆସନ୍ତା ୨୭ରେ ଇସ୍ରାଏଲରେ ନିର୍ବାଚନ ହେବାକୁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଲାଗି ଏହା ସବୁଠାରୁ ବଡ଼ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି। ସେପଟେ ନଭେମ୍ବର ୩ରେ ହେବାକୁ ଯାଉଛି ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ। ଆମେରିକା ନିକଟରେ ଇରାନ ଆତ୍ମସମର୍ପଣ କରିବାକୁ ଚାହୁଁନଥିବାବେଳେ ଆମେରିକା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ପଶ୍ଚିମ ଏସିଆ ଅଭିମୁଖେ ବର୍ତ୍ତମାନ ଗତି କରୁଛି USS ଥିଓଡର ରୁଜଭେଲ୍ଟ। ସେଥିରେ ୭ ହଜାର ସୈନିକ ଓ ୨ ହଜାର ମାରିନ ଫୋର୍ସ ଅଛନ୍ତି। ବର୍ତ୍ତମାନ ପଶ୍ଚିମ ଏସିଆରେ USS ଜର୍ଜ HW ବୁଶ୍‌ USS ଜର୍ଜ ୱାଶିଂଟନ ଓ ବହୁ F-53 ବିମାନ ଡେରାପକାଇଛନ୍ତି। ଏପରିକି ଇରାନରamerica iran ଶକ୍ତି ଭିତ୍ତିଭୂମି ଓ ଆଣବିକ ସ୍ଥଳୀକୁ ନଷ୍ଟ କରିବା ଲାଗି ଆମେରିକା ଅତି ଶକ୍ତିଶାଳୀ ବୋମା ବା ମଦର ଅଫ ଅଲ୍ ବମ୍ବସ ପ୍ରସ୍ତୁତ ରଖିଥିବା ସୂଚନା ମିଳିଛି।

ଆମେରିକା GBU-43/B ମାସିଭ ଅର୍ଡାନ୍ସ ଏୟାର ବ୍ଲାଷ୍ଟ ବା MOAB ପ୍ରସ୍ତୁତ ରଖିଛି ଯାହାର ଓଜନ ୯ ହଜାର ୮୦୦ କିଲୋଗ୍ରାମ। ଏହା ଯେକୌଣସି ପ୍ରକାର ଟନେଲ, ଗୁମ୍ଫା, ଦୁର୍ଗ ଆକାର ଭିତ୍ତିକୁ ଧ୍ବଂସ କରିଦେବ। ଗତ ସପ୍ତାହରେ ଇରାନର IRGC ମୁଖପାତ୍ର ହୋସେନ ମୋହାବି କହିଥିଲେ ତାଙ୍କ ନିଟକରେ ରହିଛି ଫାଦର ଅଫ ଅଲ ବମ୍ବସ। ସେପଟେ ସାଉଦିଆରବ ଉପରେ ହୁଥି ଆକ୍ରମଣ ଜୋରସୋର ହେବା ଆଶଙ୍କା ଥିବାରୁ ସେଠାରେ ଭାରତୀୟମାନଙ୍କ ଲାଗି ଆଡଭାଇଜରୀ ଜାରି କରିଛି ଭାରତ। ଆସନ୍ତା ୩୧ ଯାଏଁ ସାଉଦିଆରବକୁ ଯିବାକୁ ଥିବା ସମସ୍ତ ଭାରତୀୟ ବିମାନ ସେବାକୁ ବାତିଲ ରଖାଯାଇଛି। ମକ୍କା ଓ ମଦିନାରେ ୪ହଜାର ଭାରତୀୟ ଫସିଥିବା ସୂଚନା ମିଳିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)