ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା: ଭାରତର ଭୁଲ୍ ମାନଚିତ୍ର ଦେଖାଇଲା
ୱାସିଂଟନ/ନୂଆଦିଲ୍ଲୀ: ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ପକ୍ଷରୁ ଏକ ବିବାଦୀୟ ରଣନୈତିକ ନିଷ୍ପତ୍ତି ସାମନାକୁ ଆସିଛି। ଆମେରିକା ନିଜର ସବୁଠାରୁ ଶକ୍ତିଶାଳୀ ସାମରିକ ବିଭାଗ ‘ୟୁଏସ୍ ଇଣ୍ଡୋ-ପାସିଫିକ୍ କମାଣ୍ଡ’ (ୟୁଏସ୍ଇଣ୍ଡୋପାକୋମ୍)ର ନାମ ପରିବର୍ତ୍ତନ କରି ପୁଣି ଥରେ ଏହାର ପୁରୁଣା ନାମ ‘ୟୁଏସ୍ ପାସିଫିକ୍ କମାଣ୍ଡ’ (ୟୁଏସ୍ପାକୋମ୍)କୁ ଫେରାଇ ଆଣିଛି। ଆମେରିକା ପ୍ରଶାସନ ଏହାକୁ କେବଳ ଏକ ପ୍ରତୀକାତ୍ମକ ପଦକ୍ଷେପ ବୋଲି ଦର୍ଶାଇଥିଲେ ମଧ୍ୟ କମାଣ୍ଡ୍ର ସରକାରୀ ୱେବସାଇଟ୍ରେ ଭାରତର ଏକ ଭୁଲ୍ ମାନଚିତ୍ର ପ୍ରଦର୍ଶିତ ହେବା ପରେ ନୂଆଦିଲ୍ଲୀ ଓ ୱାସିଂଟନ ମଧ୍ୟରେ ଏକ ବଡ଼ କୂଟନୈତିକ ବିବାଦ ମୁଣ୍ଡ ଟେକିଛି।
Horoscope 2026 June 18: ଜାଣନ୍ତୁ ଆଜିର ରାଶିଫଳ...
ନାମ ପରିବର୍ତ୍ତନ ପରେ କମାଣ୍ଡ୍ର ଅଫିସିଆଲ୍ ୱେବ୍ସାଇଟ୍ରେ ଜାରି କରାଯାଇଥିବା ଏକ ନୂତନ ଗ୍ରାଫିକ୍ସ ମାନଚିତ୍ରରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ପାକିସ୍ତାନର ଅଂଶ ଭାବେ ଚିହ୍ନିତ କରାଯାଇଛି। ଆମେରିକା ଭଳି ଏକ ପ୍ରମୁଖ ରଣନୈତିକ ସହଯୋଗୀ ଦେଶର ଏଭଳି ବେପରୁଆ ଆଭିମୁଖ୍ୟକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ସାଂସଦ ଶଶି ଥରୁର ଏହା ଉପରେ କଡ଼ା ସମାଲୋଚନା କରି କହିଛନ୍ତି, ‘ଏହା କ’ଣ ଚୀନ୍କୁ ରୋକିବା ପାଇଁ ଗଠିତ ‘କ୍ୱାଡ୍’ ସଂଗଠନର ଶେଷ ସମୟର ଆଉ ଏକ ସଙ୍କେତ?’
Indian Economy: ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି’
ଏଭଳି ନାମ ପରିବର୍ତ୍ତନ ଦ୍ବାରା ଆମେରିକା ବର୍ତ୍ତମାନ ଭାରତ ମହାସାଗର କ୍ଷେତ୍ରରେ ନିଜର ଆଭିମୁଖ୍ୟ ବଦଳାଇବାର ଏକ ସଙ୍କେତ ଦେଉଛି ବୋଲି ମଧ୍ୟ କେତେକ କୂଟନୀତିଜ୍ଞ ମତ ରଖିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହାରେ ଆମେରିକାର ତତ୍କାଳୀନ ପ୍ରତିରକ୍ଷା ସଚିବ ଜିମ୍ ମ୍ୟାଟିସ୍ ଭାରତର ବଢ଼ୁଥିବା ରଣନୈତିକ ଓ ଅର୍ଥନୈତିକ ଗୁରୁତ୍ୱକୁ ସମ୍ମାନ ଜଣାଇ ଏହି ବିଭାଗ ନାମରେ ପ୍ରଥମ କରି ‘ଇଣ୍ଡୋ’ ଶବ୍ଦ ଯୋଡ଼ିଥିଲେ। ଭାରତ ପାଇଁ ଏହି କମାଣ୍ଡ ମିଳିତ ସାମରିକ ଅଭ୍ୟାସ, ସାମୁଦ୍ରିକ ସୁରକ୍ଷା ଏବଂ ଚୀନ୍ର ପ୍ରଭାବକୁ ରୋକିବା ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିଥିଲା। ତେବେ ପେଣ୍ଟାଗନ୍ ସ୍ପଷ୍ଟ କରିଛି ଯେ ଏହି ନାମ ପରିବର୍ତ୍ତନ ଦ୍ୱାରା କମାଣ୍ଡର କାର୍ଯ୍ୟ କିମ୍ବା ଭୌଗୋଳିକ ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ। ହାୱାଇରେ ମୁଖ୍ୟାଳୟ ଥିବା ଏହି କମାଣ୍ଡ ପୂର୍ବଭଳି ଆମେରିକାର ପଶ୍ଚିମ ଉପକୂଳରୁ ଆରମ୍ଭ କରି ଭାରତର ପଶ୍ଚିମ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ବିଶାଳ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ଅଞ୍ଚଳର ସୁରକ୍ଷା ଦାୟିତ୍ୱ ତୁଲାଇବ।