ଆସିଲା ଓମ୍ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ
ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଅଭିଯୋଗରେ ସୌମ୍ୟର ସହଯୋଗୀ ଓମ୍ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇଛି । କ୍ରାଇମବ୍ରାଞ୍ଚର ୭୦ ପ୍ରଶ୍ନର ଉତ୍ତର ରଖିଥିଲା ଓମ୍ ପ୍ରକାଶ ରାଉତ । ତେବେ କିଛି ପ୍ରଶ୍ନର ଉତ୍ତର ଓମ୍ ପ୍ରକାଶ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ଗତ ଜୁଲାଇ ୩ ତାରିଖରେ ରାଜ୍ୟ ଫୋରେନସିକ୍ ଲ୍ୟାବରେ ଓମ୍ ପ୍ରକାଶର ହୋଇଥିଲା ଲାଇ ଡିଟେକ୍ସନ ଟେଷ୍ଟ । ପ୍ରାୟ ଦୁଇ ମାସ ପରେ ଓମ୍କୁ ନେଇ SFSLରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଦୀର୍ଘ ୩ ଘଣ୍ଟା ଧରି ଚାଲିଥିଲା ଓମ୍ର ମିଛଧରା ପରୀକ୍ଷା । କ୍ରାଇମବ୍ରାଞ୍ଚର ସାଇଣ୍ଟଫିକ ଟିମ୍ ଓ ଲାଇ ଡିଟେକ୍ସନ ଟେଷ୍ଟ କରିଥିଲେ । ଉପସ୍ଥିତ ଥିଲେ ତଦନ୍ତକାରୀ ଅଧିକାରୀ ଏବଂ ଜଣେ ଡାକ୍ତର ।
ସେପଟେ, ସୌମ୍ୟ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ପଳାତକ ଘୋଷଣା କରିଛି କମିଶନରେଟ ପୋଲିସ । ସେମାନଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ଜାରି କରିବ କ୍ରାଇମବ୍ରାଞ୍ଚ । ୱାରେଣ୍ଟ ସହ ଅଭିଯୁକ୍ତମାନଙ୍କୁ ପଳାତକ ଘୋଷଣା କରି ୯୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରାଯିବ । ଗିରଫ ୨୦ ଅଭିଯୁକ୍ତମାନଙ୍କ ସହ ଫେରାର ୫ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରାଯିବ । ଆସନ୍ତା ଅଗଷ୍ଟ ୭ ତାରିଖରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିବ ବୋଲି ସୂଚନା ମିଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।