ଆମେରିକା-ଇରାନ ବିବାଦରେ ମଧ୍ୟସ୍ଥତା ପ୍ରୟାସ ପୁନର୍ଜୀବିତ କରିବା ପାଇଁ ଇରାନର ଶୀର୍ଷ ନେତାଙ୍କୁ ଭେଟିଲେ ନକ୍‌ଭୀ

Aug 12, 2026 - 18:08
ଆମେରିକା-ଇରାନ ବିବାଦରେ ମଧ୍ୟସ୍ଥତା ପ୍ରୟାସ ପୁନର୍ଜୀବିତ କରିବା ପାଇଁ ଇରାନର ଶୀର୍ଷ ନେତାଙ୍କୁ ଭେଟିଲେ ନକ୍‌ଭୀ

"ଇସଲାମାବାଦ: ହର୍ମୁଜ ପ୍ରଣାଳୀକୁ ନେଇ ପରସ୍ପର ଉପରେ ଆକ୍ରମଣ ପରେ ଆମେରିକା-ଇରାନ ଶାନ୍ତି ଆଲୋଚନା ବନ୍ଦ ରହିଛି।

ତେବେ ଆମେରିକା-ଇରାନ ମଧରେ ଶାନ୍ତି ଆଲୋଚନା ପୁଣି ଥରେ ଆରମ୍ଭ କରିବାକୁ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି,ତେହେରାନରେ ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ଓ ବିଦେଶ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଆଲୋଚନା କରିଛନ୍ତି।

ଗତ ମାସରେ ଆମେରିକା ଓ ଇରାନ ପୁଣି ଥରେ ପରସ୍ପର ଉପରେ ସାମରିକ ଆକ୍ରମଣ ଆରମ୍ଭ କରିବା ସହିତ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇଛି।

ଏହି ଆକ୍ରମଣ ପରେ ପାକିସ୍ତାନ ଗ୍ୟାରେଣ୍ଟର ଭାବରେ ସ୍ୱାକ୍ଷର କରିଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା ଭାଙ୍ଗି ଯାଇଥିଲା।

ଆମେରିକା-ଇରାନ ସଂଘର୍ଷ ସମାପ୍ତ କରିବା ପାଇଁ ପାକିସ୍ତାନ ଏହାର ମଧ୍ୟସ୍ଥତା ପ୍ରୟାସକୁ ପୁନର୍ଜୀବିତ କରିବା ପାଇଁ ସକ୍ରିୟ ଭାବରେ ଚାପ ପକାଉଛି।Advertisment ଇରାନ ଆକ୍ରମଣ ଭୟରେ ଗୋପନୀୟ ଭାବେ ବିମାନ ଯାତ୍ରା କରିଥିଲେ ଟ୍ରମ୍ପ ଇରାନର ସରକାରୀ ସମ୍ବାଦ ସଂସ୍ଥା, ଆଇଆର୍‌ଏନ୍‌ଏ ଦ୍ୱାରା ଉଦ୍ଧୃତ କୂଟନୈତିକ ସୂତ୍ର ଅନୁଯାୟୀ, ନକଭୀ ମଙ୍ଗଳବାର ଦ୍ୱିପାକ୍ଷିକ ସମ୍ପର୍କ ଓ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଇରାନର ରାଜଧାନୀ ଅଭିମୁଖେ ଯାତ୍ରା କରିଥିଲେ।

ତାଙ୍କୁ ବିମାନବନ୍ଦରରେ ତାଙ୍କର ଇରାନୀ ପ୍ରତିପକ୍ଷ ଏସ୍କାନ୍ଦର ମୋମେନି ସ୍ୱାଗତ କରିଥିଲେ।

ପରେ ସେ ଆରାଘଚିଙ୍କ ସହ ଆଲୋଚନା କରିଥିଲେ।

ନକଭିୀ ଆରାଘଚିଙ୍କ ସହ ସାକ୍ଷାତର ଫଟୋଗ୍ରାଫ୍ ଆଇଆର୍‌ଏନ୍‌ଏ "ଏକ୍ସ"ରେ ପୋଷ୍ଟ କରିଥିଲା।ଏକ କୂଟନୈତିକ ସୂତ୍ର ଅନୁଯାୟୀ, ଏହି ଗସ୍ତ ସମୟରେ ନକ୍‌ଭୀ ଓ ଆରାଘଚି ବିସ୍ତୃତ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

ଇରାନ ରାଷ୍ଟ୍ରପତିଙ୍କ ସହ ତାଙ୍କ ସାକ୍ଷାତରେ ନକ୍‌ଭୀ ପଡ଼ୋଶୀମାନଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ, ଦୀର୍ଘସ୍ଥାୟୀ ଓ ଅତୁଟ ବୋଲି ବର୍ଣ୍ଣନା କରିଥିଲେ ଓ ତେହେରାନ ସହିତ ସମ୍ପର୍କର ବ୍ୟାପକ ବିକାଶକୁ ଅନୁସରଣ କରିବା ପାଇଁ ଇସଲାମାବାଦର ଗମ୍ଭୀର ସଂକଳ୍ପ ଓ ଇଚ୍ଛା ପ୍ରକାଶ କରିଥିଲେ।

ପେଜେସ୍କିଆନ୍‌ କହିଥିଲେ, ଇରାନ-ପାକିସ୍ତାନ ସମ୍ପର୍କ ଦୁଇ ଦେଶର ଜାତୀୟ ସ୍ୱାର୍ଥ ପୂରଣ କରିବା ସହିତ ଆଞ୍ଚଳିକ ସ୍ଥିରତା ଓ ସୁରକ୍ଷାରେ ମଧ୍ୟ ଯୋଗଦାନ କରିବ।

ପାକିସ୍ତାନ ମନ୍ତ୍ରୀ ଇରାନ ରାଷ୍ଟ୍ରପତିଙ୍କୁ ଆଉ ଥରେ ସାକ୍ଷାତ କରିପାରନ୍ତି।

ଅନ୍ୟ ଏକ କୂଟନୈତିକ ସୂତ୍ର "ଡନ୍" ଖବରକାଗଜକୁ କହିଛି ଯେ, ନକଭୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୁନ୍ ମାସରେ ଆମେରିକା ଓ ଇରାନ ଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଅଟକି ରହିଥିବା ବୁଝାମଣାପତ୍ର (ଏମ୍ଓୟୁ) ଉପରେ ଅନୁସରଣ କରିବା, ଯାହାର ଲକ୍ଷ୍ୟ ଶାନ୍ତି ପୁନଃସ୍ଥାପନ କରିବା ପାଇଁ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ୬୦ ଦିନିଆ ୱିଣ୍ଡୋ ଖୋଲିବା।

ଆଲୋଚନାକୁ ପୁନର୍ଜୀବିତ କରିବା ପାଇଁ ପାକିସ୍ତାନର ପ୍ରୟାସ ଏପର୍ଯ୍ୟନ୍ତ ଫଳପ୍ରଦ ‌ହୋଇନାହିଁ।

କୂଟନୈତିକ ସୂତ୍ର କହିଛି ଯେ, ଓମାନ-ଇରାନ ଆଲୋଚନାରେ ହୋଇଥିବା ଅଗ୍ରଗତି ଇସଲାମାବାଦ ପାଇଁ ଜୁନ୍ ଚୁକ୍ତିନାମାରୁ ବାହାରିଥିବା ବ୍ୟାପକ ପ୍ରକ୍ରିୟାକୁ ପୁନର୍ଜୀବିତ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media