ଆଦିବାସୀଙ୍କ ପାଇଁ ବିଦ୍ୟୁତ୍ ସେବା ସାତ ସପନ: ଅନ୍ଧାରରେ ୩୨୦ ଗାଁ
ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ୧୭୧ ପଞ୍ଚାୟତ ଅଧୀନରେ ମୋଟ ୨,୫୯୯ଟି ଗ୍ରାମ, ପଡ଼ାଗ୍ରାମ ରହିଛି। ଆଜି ପର୍ଯ୍ୟନ୍ତ ୩୨୦ ଗ୍ରାମରେ ବିଦ୍ୟୁତ୍ ସେବା ପହଞ୍ଚିପାରିନି। ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳର ଆଦିବାସୀମାନେ ବିଜୁଳି ଆଲୁଅ କଣ ଜାଣିନାହାନ୍ତି। ସଂଜ ନଇଁଲେ ଡିବିରି ଆଲୁଅ ଭରସା। ବନ୍ୟଜନ୍ତୁଙ୍କ ଭୟରେ ଲୋକେ ଜୀବନ କାଟୁଛନ୍ତି। ଆଦିବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ବାସ୍ତବରେ କିଭଳି କାର୍ଯ୍ୟକାରୀ ହେଉଛି, ତାହା ଏଥିରୁ ସ୍ପଷ୍ଟ ଅନୁମେୟ।
Judgement: ନନ୍ଦନକାନନ ଥାନାର ୩ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ସରକାରଙ୍କ ପାଖରେ ଅଟକିଛି ୩୦ କୋଟିର ପ୍ରସ୍ତାବ
୧୦୦ କୋଟି ଟଙ୍କାର ସିର୍ତ୍ତିଗୁଡ଼ା ଗ୍ରୀଡ୍ କାର୍ଯ୍ୟକ୍ଷମ ହେଉନି
ବିଶେଷକରି ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ଓ ଫିରିଙ୍ଗିଆ ଆଦି ବ୍ଲକ୍ର ଅଧିକାଂଶ ଦୁର୍ଗମ ଗ୍ରାମକୁ ବିଜୁଳି ସଂଯୋଗ ସମ୍ଭବପର ହୋଇପାରିନି। କୌଣସି ସ୍ବତନ୍ତ୍ର ଯୋଜନା ବି ଏଥିପାଇଁ କାର୍ଯ୍ୟକାରୀ ହୋଇନାହିଁ। ବର୍ତ୍ତମାନ ପୂରା ଜିଲ୍ଲାକୁ ସେବା ଯୋଗାଇବାକୁ ଫୁଲବାଣୀ ଓ ଘୁ.ଉଦୟଗିରିରେ ୧୩୨ କେଭି କ୍ଷମତା ବିଶିଷ୍ଟ ଦୁଇଟି ଗ୍ରୀଡ୍ ରହିଛି। ଫୁଲବାଣୀ ବିଦ୍ୟୁତ୍ ଡିଭିଜନ୍ ଅଧୀନରେ ୧ଲକ୍ଷ ୭୦ ହଜାର ଘରକୁ ସେବା ଯୋଗାଇ ଦିଆଯାଉଛି। କିନ୍ତୁ ଏଥିପାଇଁ ଦୁଇଟି ଗ୍ରୀଡ୍ ଅସମର୍ଥ ହେଉଥିବାରୁ ବାରମ୍ବାର ବିଜୁଳି ବିଭ୍ରାଟ ଓ ଲୋଭୋଲ୍ଟେଜ ସମସ୍ୟା ଦେଖାଦେଉଛି। ଏଭଳି ସ୍ଥିତିରେ କ.ନୂଆଗାଁ ନିକଟସ୍ଥ ସିର୍ତ୍ତିଗୁଡ଼ାରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୨୦ କେଭି କ୍ଷମତା ବିଶିଷ୍ଟ ଏକ ବିଦ୍ୟୁତ୍ ଗ୍ରୀଡ୍ ନିର୍ମାଣ ହୋଇ ୧୦ ବର୍ଷ ବିତିସାରିଥିଲେ ହେଁ, ତାହା କାର୍ଯ୍ୟକ୍ଷମ ହୋଇପାରୁନି। ବନ ବିଭାଗର ଅନୁମତି ମିଳୁ ନଥିବାରୁ ଟାୱାର୍ ନିର୍ମାଣ କାମ ଅଟକି ରହିଛି। ଏଥିପାଇଁ ବହୁବାର ଆନ୍ଦୋଳନ ଓ ବିକ୍ଷୋଭ ସତ୍ତ୍ବେ କୌଣସି ସୁଫଳ ମିଳୁନି। ଏହା କାର୍ଯ୍ୟକାରୀ ହୋଇଥିଲେ ହୁଏତ ପୂରା ଜିଲ୍ଲାର ସମସ୍ୟା ସମାଧାନ ହୋଇପାରନ୍ତା।
Ram Mandir donation case: ଚମ୍ପତ ରାୟଙ୍କୁ ପଚରାଉଚରା; ବିବରଣୀ ଦେବାକୁ ମନା କଲା ପୁଲିସ
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି କହିଛନ୍ତି, ବିଦ୍ୟୁତ୍ ସେବାରୁ ବଞ୍ଚିତ ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଉଦ୍ୟମ କରାଯାଇଛି। ଏଥିପାଇଁ ସରକାରଙ୍କ ନିକଟକୁ ୩୦ କୋଟି ଟଙ୍କାର ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପଠାଯାଇଛି। ଏହି ପ୍ରସ୍ତାବ ଗୃହୀତ ହେଲେ ବିଦ୍ୟୁତୀକରଣ କାର୍ଯ୍ୟ ଆରମ୍ଭ ହେବ। ଅନ୍ୟପକ୍ଷରେ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି ମଧ୍ୟ ଉତ୍ସାହଜନକ ନୁହେଁ। ଫୁଲବାଣୀ ବିଦ୍ୟୁତ୍ ଡିଭିଜନ୍ ପକ୍ଷରୁ ୧୦ ହଜାର ଘରକୁ ପିଏମ୍ ସୂର୍ଯ୍ୟଘର ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମାତ୍ର ୧୦୦ଟି ଘର ଏହି ଯୋଜନାରେ ସାମିଲ ହୋଇଛନ୍ତି। କିଛି ଗ୍ରାମାଞ୍ଚଳରେ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଶସ୍ତା କିମ୍ବା ମାଗଣାରେ ବିଜୁଳି ସେବା ମିଳୁଛି। ଫଳରେ ରିହାତି ସୁବିଧା ଥାଇ ମଧ୍ୟ ସୌରଶକ୍ତି ସଂଯୋଗ ନେବାକୁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ନିର୍ବାହୀଯନ୍ତ୍ରୀ ମାନସ ରଞ୍ଜନ ମହାରଣା କହିଛନ୍ତି।