ଆଜି ପୀଠେ ମହାନବମୀ, ଚଳଞ୍ଚଚଳ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ

Oct 19, 2026 - 12:18
ଆଜି ପୀଠେ ମହାନବମୀ, ଚଳଞ୍ଚଚଳ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ଚତୁର୍ଦ୍ଦିଗ । ଆଜି ପୀଠେ ମହାନବମୀ । ନବମୀ ତିଥିରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ସିନ୍ଦୁର ଖେଳ, କନ୍ୟା ପୂଜନ ଓ ଅନ୍ୟାନ୍ୟ ବିଧିବିଧାନ ପାଳନ କରାଯାଇଥାଏ। ତେବେ ପବିତ୍ର ମହାନବମୀ ଅବସରରେ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠରେ ମାଆ ଦୁର୍ଗତୀନାଶିନୀଙ୍କ ଚାଲିଛି ପୂଜାର୍ଚ୍ଚନା ।

କାକଟପୁର ମଙ୍ଗଳା

ପୁରୀ ଜିଲ୍ଲା କାକଟପୁର ମଙ୍ଗଳାଙ୍କ ପୀଠରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ମୂଳାଷ୍ଟମୀରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିଥିବା ଷୋଡଶ ଉପଚାର ପୂଜା ରବିବାର ଶେଷ ହୋଇଛି । ରବିବାର ମହାଷ୍ଟମୀରେ ମାଆଙ୍କ ସନ୍ଧି ପୂଜା ଓ ହୋମ ଅନୁଷ୍ଠିତ ହୋଇଥିଲା । ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଇଥିଲେ ମାଆ । ହାତରେ ଶସ୍ତ୍ର, ଆଖିରେ ରକ୍ତବର୍ଣ୍ଣ, ମହିଷାସୁରକୁ ବଧ କରୁଥିବା ଭୟଙ୍କର ରୂପରେ ଦର୍ଶନ ଦେଇଥିଲେ ମାଆ । କିନ୍ତୁ ଆଜି ମହାନବମୀରେ ଅସୁର ବଧ କରି ବିଜୟ ପରେ ମାଆ ତାଙ୍କର ଶାନ୍ତ ରୂପକୁ ଫେରିଛନ୍ତି । ନୂତନ ପାଟବସ୍ତ୍ର, ସୁବର୍ଣ୍ଣ ଅଳଙ୍କାର, ପୁଷ୍ପମାଳ ଓ ପ୍ରସନ୍ନ ମୁଖମଣ୍ଡଳରେ ମାଆଙ୍କର ଏହି ବେଶ ଅତ୍ୟନ୍ତ ସୌମ୍ୟ ଓ ମନୋରମ । ବିଶ୍ୱାସ ରହିଛି, ଏହି ବେଶ ଦର୍ଶନ କଲେ ସମସ୍ତ ସଙ୍କଟରୁ ମୁକ୍ତି ମିଳିବା ସହ ସୁଖ, ସମୃଦ୍ଧି ଲାଭ ହୋଇଥାଏ । ଆଜି ଅମୃତ ବେଳାରେ ମନ୍ଦିର ପରିସର କୂପରୁ ୧୦୮ ସହସ୍ର କୁମ୍ଭ ଜଳରେ ମାଆଙ୍କ ମହାଭିଷେକ, ଏକ ଦିନାତ୍ମକ ଷୋଡଶ ଉପଚାର ପୂଜା, ହୋମ ଓ ଶାନ୍ତି ବେଶ ଅନୁଷ୍ଠିତ ହେବ ।

ଭଟ୍ଟାରିକା ପୀଠ

ଆଜି ପବିତ୍ର ମହାନବମୀ ତିଥିରେ ମାଆ ଭଟ୍ଟାରିକାଙ୍କ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଛି । କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକାଙ୍କ ପୀଠରେ ମହାଲକ୍ଷ୍ମୀଙ୍କ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ । ମାଆଙ୍କ ଏହି ଦିବ୍ୟ ରୂପ ଦର୍ଶନ କରିବା ପାଇଁ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

ବିରଜା ପୀଠ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ମହାନବମୀ । ରବିବାର ରାତିରେ ଶୋଳ କଳସ ମଧ୍ୟରୁ ଶେଷ କଳସ ସ୍ଥାପନ କରାଯାଇଛି । ହୋମ ଯଜ୍ଞ ସହ ମାଙ୍କ ଷୋଡଶ ଉପଚାର ଅଷ୍ଟମୀ ସନ୍ଧି ପୂଜା ଅନୁଷ୍ଠିତ ହୋଇଛି। ଆଜି ବଡ଼ି ଭୋରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମାଆଙ୍କୁ ସ୍ନାନ କରାଯାଇଛି। ନବରାତ୍ରି ଅବସରରେ ନଅ ଦିନ ମାଆଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଆଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)