ଆଜି ଜନ୍ମଦିନ: କାଳିନ୍ଦୀଚରଣ ପାଣିଗ୍ରାହୀ
"୧୯୦୧ ମସିହା ଜୁଲାଇ ଆଜି ଦିନରେ ପୁରୀ ଜିଲ୍ଲାର ବିଶ୍ବନାଥପୁର ଗ୍ରାମରେ କାଳିନ୍ଦୀଚରଣ ପାଣିଗ୍ରାହୀ ଜନ୍ମଗ୍ରହଣ କରିଥିଲେ।
ପିଲାବେଳୁ ସେ ଥିଲେ ଅତ୍ୟନ୍ତ ସ୍ବପ୍ନପ୍ରବଣ।
ରେଭେନ୍ସା କଲେଜରେ ପଢୁଥିବା ବେଳେ ଚାରି ବନ୍ଧୁ କାଳିନ୍ଦୀଚରଣ, ଅନ୍ନଦାଶଙ୍କର, ଶରତଚନ୍ଦ୍ର ଓ ବୈକୁଣ୍ଠନାଥ ସାହିତ୍ୟର ପ୍ରସାର ପାଇଁ ଗଢ଼ିଥିଲେ "ନନ୍ସେନ୍ସ କ୍ଲବ୍" ବା "ଅନର୍ଥ ଆଡ଼ା" ଏବ˚ ଏକ ପତ୍ରିକାର ପ୍ରକାଶନ ଆରମ୍ଭ କରିଥିଲେ।
ସ˚ପାଦନା ଦାୟିତ୍ବ ତୁଲାଇଥିଲେ କାଳିନ୍ଦୀଚରଣ। "ଅନର୍ଥ ଆଡ଼ା" ଢାଞ୍ଚାରେ ପରେ ଜନ୍ମ ନେଇଥିଲା "ସବୁଜ ସାହିତ୍ୟ ସମିତି"।
ଏହାର ମାସିକ ମୁଖପତ୍ର "ଯୁଗବୀଣା" ସମଗ୍ର ଓଡ଼ିଶାର ସାହିତ୍ୟ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା।
ତାଙ୍କର "ମାଂସର ବିଳାପ" କ୍ଷୁଦ୍ରଗଳ୍ପ ଓ "ମାଟିର ମଣିଷ" ଉପନ୍ୟାସ ଓଡ଼ିଆ ସାହିତ୍ୟର ଦୁଇ ଯୁଗାନ୍ତକାରୀ ସୃଷ୍ଟି ଭାବେ ସ୍ବୀକୃତ।Advertisment Vedanta: 'ବେଦକ୍ଷତା" ଦକ୍ଷତା ତାଲିମ କେନ୍ଦ୍ରରେ ନାମ ଲେଖାଇଲେ ୩୧୮ଜଣ "ମାଟିର ମଣିଷ" ଉପନ୍ୟାସକୁ ଫକୀରମୋହନଙ୍କ "ଛଅ ମାଣ ଆଠ ଗୁଣ୍ଠ" ସହ ତୁଳନା କରାଯାଏ।
ତାଙ୍କର ଗଳ୍ପ-କବିତାରେ ମାନବତାବାଦ, ବୈପ୍ଳବିକ ଚେତନା ଓ ସାମ୍ୟବାଦର ଛାପ ଦେଖିବାକୁ ମିଳେ।
ଗ୍ରାମ୍ୟ ଜୀବନର ବାସ୍ତବ ଚିତ୍ରଣ ତାଙ୍କ ଲେଖାର ଅନନ୍ୟ ସ୍ବାତନ୍ତ୍ର୍ୟ।
କାଳିନ୍ଦୀଚରଣଙ୍କ ଆତ୍ମଜୀବନୀ "ଯାହା ଅଙ୍ଗେ ନିଭାଇଛି" ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ଏକ ଅବିସ୍ମରଣୀୟ ଅବଦାନ।
ଆଜୀବନ ସାହିତ୍ୟ ସାଧନା ପାଇଁ ତାଙ୍କୁ "ଓଡ଼ିଶା ସାହିତ୍ୟ ଏକାଡେମୀ", "କେନ୍ଦ୍ର ସାହିତ୍ୟ ଏକାଡେମୀ" ପୁରସ୍କାର ସାଙ୍ଗକୁ "ପଦ୍ମଭୂଷଣ" ଉପାଧିରେ ଭୂଷିତ କରାଯାଇଥିଲା।
୧୯୯୧ ମେ ୧୫ ତାରିଖରେ ଏହି ପ୍ରସିଦ୍ଧ କଥାକାରଙ୍କର ପରଲୋକ ଘଟିଥିଲା।
Child Abuse: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା"