02 JULY 2026

Welcome!

Unlock your personalized experience.
Sign Up

Amarnath Yatra 2026: 'ହର ହର ମହାଦେବ' ଧ୍ୱନି ସହ ଅମରନାଥ ଅଭିମୁଖେ ତୀର୍ଥଯାତ୍ରୀ

Jul 02, 2026 - 07:34
Amarnath Yatra 2026: 'ହର ହର ମହାଦେବ' ଧ୍ୱନି ସହ ଅମରନାଥ ଅଭିମୁଖେ ତୀର୍ଥଯାତ୍ରୀ

ଜମ୍ମୁ: ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଶ୍ରୀ ଅମରନାଥ ଯାତ୍ରା ୨୦୨୬ ପାଇଁ ପ୍ରଥମ ଦଳକୁ ଜମ୍ମୁରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବାର୍ଷିକ ତୀର୍ଥଯାତ୍ରାର ଆନୁଷ୍ଠାନିକ ଆରମ୍ଭ ‌ହୋଇଯାଇଛି। ଦେଶ ସାରାରୁ ଭକ୍ତମାନେ ସେମାନଙ୍କର ପ୍ରିୟ ଦେବତା ମହାଦେବଙ୍କ ଦର୍ଶନ ପାଇଁ ଜମ୍ମୁ, ଶ୍ରୀନଗର, ବାଲତାଲ ଏବଂ ପହଲଗାମସ୍ଥିତ ଶ୍ରୀ ଅମରନାଥ ଯାତ୍ରାର ବେସ୍ କ୍ୟାମ୍ପରେ ଭିଡ଼ ଜମାଇଛନ୍ତି।

ଶୁକ୍ରବାର ସକାଳେ, ସମସ୍ତ ତୀର୍ଥଯାତ୍ରୀ ବାବା ବର୍ଫାନିଙ୍କ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି। ଚଳିତ ବର୍ଷ ଏହି ଯାତ୍ରା ୫୭ ଦିନ ପାଇଁ ନିଦ୍ଦିଷ୍ଟ ହୋଇଛି। ପ୍ରଶାସନ ବୁଧବାର ଜମ୍ମୁର ଭଗବତୀ ନଗରରେ ଥିବା ଯାତ୍ରୀ ନିବାସ ବେସ୍ କ୍ୟାମ୍ପରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଥିଲା। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ମୁଖ୍ୟ ସଚିବ ଅଟଳ ଦୁଲ୍ଲୁ, ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀଙ୍କ ସହିତ ବେସ୍ କ୍ୟାମ୍ପ ପରିଦର୍ଶନ କରି ସୁରକ୍ଷା, ପଞ୍ଜୀକରଣ, ସ୍ୱାସ୍ଥ୍ୟସେବା, ଲଙ୍ଗର, ପାନୀୟ ଜଳ, ପରିମଳ, ପରିବହନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ କରିଥିଲେ।

Amarnath Yatra: ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥା : ସର୍ବାଧିକ ଅର୍ଦ୍ଧସାମରିକ ବାହିନୀ ମୁତୟନ

ଲେଫ୍ଟନାଣ୍ଟ ଗଭର୍ଣ୍ଣର ତୀର୍ଥଯାତ୍ରୀଙ୍କ ସହ ଆଲୋଚନା କରି ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ତୀର୍ଥଯାତ୍ରୀମାନେ ତୀର୍ଥଯାତ୍ରା ପ୍ରତି ଅତ୍ୟନ୍ତ ଉତ୍ସାହୀ ଥିଲେ। ସନ୍ଧ୍ୟା ସୁଦ୍ଧା ପାଞ୍ଚ ହଜାରରୁ ଅଧିକ ତୀର୍ଥଯାତ୍ରୀ ବେସ୍ କ୍ୟାମ୍ପରେ ପ୍ରବେଶ କରିଥିଲେ। ଯଦି ପାଗ ଅନୁକୂଳ ରହେ, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଆଶା କରାଯାଉଛି।

ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ଗତିବିଧି ସୁନିଶ୍ଚିତ କରିବା ପାଇଁ ଯାତ୍ରା ଗୋଷ୍ଠୀର ପ୍ରସ୍ଥାନ ସମୟରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଅନେକ ରୁଟରେ ସାଧାରଣ ଯାତାୟାତ ଅସ୍ଥାୟୀ ଭାବରେ ବନ୍ଦ ରହିବ। ସକାଳେ ଜମ୍ମୁ କଶ୍ମୀରର ପ୍ରବେଶପଥ ଲଖନପୁରରେ ତୀର୍ଥଯାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ଜମ୍ମୁକୁ ପଠାଯାଇଥିଲା। ଏହି ସମୟରେ, କାଶ୍ମୀରରେ, ଶ୍ରୀନଗରର ପାନ୍ଥଚୌକରେ ଥିବା ବେସ୍ କ୍ୟାମ୍ପ ବ୍ୟତୀତ, ପ୍ରାୟ ପାଞ୍ଚ ହଜାର ତୀର୍ଥଯାତ୍ରୀ ପହଲଗାମର ବାଲତାଲ (ଗାଣ୍ଡେରବଲ) ଏବଂ ନନୱାନ (ଅନନ୍ତନାଗ)ରେ ମଧ୍ୟ ପହଞ୍ଚିଛନ୍ତି। ଅମରନାଥ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଶ୍ରୀନଗର ବିମାନବନ୍ଦରରୁ ପାନ୍ଥଚୌକ ପର୍ଯ୍ୟନ୍ତ ୪୦ଟି ସ୍ଥାନରେ ୧୩୧ଟି ସୁବିଧା କାଉଣ୍ଟର ଏବଂ ତୁରନ୍ତ ପଞ୍ଜିକରଣ କେନ୍ଦ୍ର ସ୍ଥାପନ କରାଯାଇଛି।

ପଞ୍ଜୀକରଣ ବିନା ଜମ୍ମୁ କଶ୍ମୀରରେ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ତୁରନ୍ତ ପଞ୍ଜୀକରଣର ବ୍ୟବସ୍ଥା କରାଯାଇଛି। ଜମ୍ମୁର ତାୱି ନଦୀକୂଳରେ ଥିବା ତୁରନ୍ତ ପଞ୍ଜୀକରଣ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୁଧବାର ଦିନ ୭,୪୦୦ ଟୋକନ୍ ବଣ୍ଟନ କରାଯାଇଥିଲା। ଏଥିମଧ୍ୟରୁ ୨ ଜୁଲାଇରେ ୨୫୦୦, ୩ ଜୁଲାଇରେ ୨,୫୦୦ ଏବଂ ୪ ଜୁଲାଇରେ ୨୪୦୦ ତୀର୍ଥଯାତ୍ରୀଙ୍କୁ ତୁରନ୍ତ ପଞ୍ଜୀକରଣ କରାଯିବ।