ଆଜି ଅଭିଜିତଙ୍କ ପାଇଁ ବଡ ଘୋଷଣା କରିବେ ସୋନମ ୱାଙ୍ଗଚୁକ୍ !

Oct 11, 2026 - 09:18
ଆଜି ଅଭିଜିତଙ୍କ ପାଇଁ ବଡ ଘୋଷଣା କରିବେ ସୋନମ ୱାଙ୍ଗଚୁକ୍ !

ଅଭିଜିତଙ୍କ ପାଇଁ ବଡ ଘୋଷଣା କରିବେ ସୋନମ ୱାଙ୍ଗଚୁକ୍ !

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ହଜାର ହଜାର ସିଜେପି କର୍ମୀଙ୍କୁ ଅଟକ ଘଟଣାରେ ତାତିଛନ୍ତି ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ। ଯଦି ଅଟକ ଆନ୍ଦୋଳନକାରୀଙ୍କୁ ଛଡ଼ା ନଯାଏ ତେବେ ଅନଶନ ସହ ପଦଯାତ୍ରା କରାଯିବ ବୋଲି ସେ ଧମକ ଦେଇଛନ୍ତି। ଦେଶରେ ବର୍ତ୍ତମାନ ଏକ ଅଘୋଷିତ ଜରୁରୀକାଳୀନ ସ୍ଥିତି ଜାରି ରହିଛି ବୋଲି ସେ କହିଛନ୍ତି। ପୂର୍ବରୁ ବି ସେ ସିଜେପିର ଜ୍ଞାନେଶ ହଟାଅ ଅଭିଯାନକୁ ସମର୍ଥନ କରିଥିଲେ। ଏହାରି ଭିତରେ ସୋନମ ଓ୍ବାଙ୍ଗଚୁକ ଆଜି ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କ ସମର୍ଥନରେ ଏକ ବଡ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।  ପୂର୍ବରୁ ସେ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବାକୁ ସରକାରଙ୍କୁ ୨୪ ଘଣ୍ଟାର ସମୟ ଦେଇଥିଲେ, ଯାହା ଆଜି ସମାପ୍ତ ହେବ । ଆଉ ଯଦି ସରକାର ତାଙ୍କୁ ନଛାଡିଲେ ତେବେ ସେ ପୁଣି ଅନଶନ ଆରମ୍ଭ କରିବେ ବୋଲି ଚେତାଇ ଦେଇଛନ୍ତି ।

ସୋନମ ୱାଙ୍ଗଚୁକ ଦିଲ୍ଲୀରେ ଛାତ୍ର, ଯୁବ ନେତା, ଓକିଲ, ସମ୍ବାଦିକ ଏବଂ ସାଂସଦଙ୍କ ଗିରଫଦାରୀକୁ ନିନ୍ଦା କରି  କହିଛନ୍ତି ଯେ, ପ୍ରତିବାଦ ସମୟରେ ମୁଁ ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ଆପଣଙ୍କୁ ବାର୍ତ୍ତା ପଠାଇଥିଲି । ମୋର ବିଶ୍ବାସ ଥିଲା ଯେ, ବିଶ୍ବର ସର୍ବବୃହତ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ଦିଆଯିବ । କିନ୍ତୁ ଏବେ ଲାଗୁଛି ଯେପରି ସାରା ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ସୂଚନା ମୁତାବକ, ଦିଲ୍ଲୀ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଦ୍ବାରା ‘ଯନ୍ତର ମନ୍ତର ୨.୦’ ପ୍ରତିବାଦକୁ ଆରମ୍ଭ ହେବା ପୂର୍ବରୁ ହିଁ ନିୟନ୍ତ୍ରଣ କରିନେଇଥିଲା । ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଚାରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୭,୦୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଥିଲା । ଏହାସହ ଧ୍ରୁବ ରାଠିଙ୍କୁ ତାଙ୍କ ଗୁରୁଗ୍ରାମ ବାସଭବନରୁ ଉଠାଇ ନିଆଯାଇଥିଲା ।

ସେପଟେ ଦିଲ୍ଲୀ ପୋଲିସର ହଜାରେ ଚେଷ୍ଟା ପରେ ବି ପଛକୁ ହଟି ନାହିଁ କକ୍ରୋଚ୍ ଜନତା ପାର୍ଟି । ସିଇସି ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ସିଜେପି ସଫା ସଫା କହିଦେଇଛି । ରବିବାର ସକାଳ ୧୦ଟାରେ ଯନ୍ତର ମନ୍ତରରେ ପୁଣି ଥରେ ପ୍ରତିବାଦ କରିବାକୁ ଘୋଷଣା କରିଛି ।  ଅନ୍ୟପଟେ ରବିବାର ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣୀ କରିବେ ଯେଉଁଥିରେ ମେଟ୍ରୋ ଏବଂ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ନକରିବାକୁ ଅକ୍ଟୋବର ୧୦ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶର ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)