ଆଜିଠୁ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଗଣତି ଆରମ୍ଭ: ୨ ଦିନ ଧରି ଚାଲିବ ପ୍ରକ୍ରିୟା

Nov 26, 2026 - 11:06
ଆଜିଠୁ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଗଣତି ଆରମ୍ଭ: ୨ ଦିନ ଧରି ଚାଲିବ ପ୍ରକ୍ରିୟା

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ସୂଚୀ ପ୍ରସ୍ତୁତି ପ୍ରକ୍ରିୟା। ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ଗଣତି କାର୍ଯ୍ୟ ଜାରି ରହିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସମ୍ପାଦନ କରାଯିବ । ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଦା, ଛତିଶା ନିଯୋଗ ମହାନାୟକ, ଦେଉଳକରଣ, ତଢ଼ଉକରଣ ଏବଂ ଭଣ୍ଡାର ମେକାପଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଚାଲିବ । 

ପୂର୍ବରୁ ବାହାର ରତ୍ନଭଣ୍ଡାର ଓ ଚଳନ୍ତି ଭଣ୍ଡାରର ଗଣତି ଶେଷ ହୋଇଥିବା ବେଳେ ଏବେ ଭିତର ଭଣ୍ଡାରରେ ଥିବା ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯିବ । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସଠିକ କରିବା ପାଇଁ ସମସ୍ତ ଗଣତି କାର୍ଯ୍ୟ ସିସିଟିଭି ନଜରରେ ରହିଛି। ଏହା ସହିତ ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଅତ୍ୟାଧୁନିକ ୩ଡି ସ୍କାନିଂ ମାଧ୍ୟମରେ ଅଳଙ୍କାରର ଡକ୍ୟୁମେଣ୍ଟେସନ କରାଯିବ। ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଗହଳି ଯୋଗୁଁ ଏହି କାର୍ଯ୍ୟ କିଛି ମାସ ପାଇଁ ସ୍ଥଗିତ ରଖାଯାଇଥିଲା। 

ଗଣତି ଚାଲିଥିବା ସମୟରେ ସାଧାରଣ ଭକ୍ତମାନେ ବାହାର କାଠ ପାଖରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏସଓପି (SOP) ଅନୁଯାୟୀ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ସମଗ୍ର ଅପରେସନ ପରିଚାଳିତ ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)