୪୮ ଘଣ୍ଟା ପାଇଁ ଗଡ଼ଗଡ଼ିଆ ଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ନିଷିଦ୍ଧ
କଟକ: ରାଜ୍ୟରେ ବନ୍ୟା । ହୀରାକୁଦ ଜଳ ଭଣ୍ଡାରର ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତେବେ ମହାନଦୀରେ ପ୍ରବଳ ସ୍ରୋତ ଦୃଷ୍ଟିରେ ରଖି ଆଡଭାଇଯରୀ ଜାରି କରିଛି ଜିଲ୍ଲା ପ୍ରଶାସନ। ଆହୁରି ୪୮ ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି । ତେବେ ୪୮ ଘଣ୍ଟା ପାଇଁ ଗଡ଼ଗଡ଼ିଆ ଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ନିଷିଦ୍ଧ କରାଯାଇଛି ।
ସେପଟେ ଶ୍ରାବଣ ମାସ ପାଣି ଉଠାଇବା ପାଇଁ ମଧ୍ୟ ଗଡ଼ଗଡ଼ିଆ ଘାଟକୁ ପ୍ରବେଶ ନିଷେଧ କରାଯାଇଛି । ଏହାସହ ନଦୀକୂଳ ଓ ତଳି ଅଞ୍ଚଳରେ ଥିବା ଦେବାଳୟ ଗୁଡ଼ିକୁ ଶ୍ରଦ୍ଧାଳୁ ଙ୍କ ପାଇଁ ଆଗାମୀ ୪୮ ଘଣ୍ଟା ବନ୍ଦ ରହିବ। ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ, ସେଲ୍ଫି ନେବା ଉପରେ କଟକଣା ଲଗାଯାଇଛି। ଆଗାମୀ ୪୮ ଘଣ୍ଟା ପାଇଁ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ।
ଏହାସହ ପଢ଼ନ୍ତୁ : ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀମାନେ କ୍ଷୟକ୍ଷତି ନେଇ ଭୟଭୀତ ନହେବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।