୪ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପଦଯାତ୍ରାରେ ଯିବେ କେଜ୍‌ରିଓ୍ବାଲ

Aug 02, 2026 - 09:26
୪ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପଦଯାତ୍ରାରେ ଯିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୮(ପି.ଟି.): ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଶନିବାର ଦାବି କରିଛନ୍ତି। ଏଥିପାଇଁ ଆବେଦନପତ୍ର ଦାଖଲ କରିବା ନିମନ୍ତେ ସେ ଆସନ୍ତା ୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଏକ ପଦଯାତ୍ରାରେ ଯିବେ ବୋଲି ଘୋଷଣା କରିଛନ୍ତି।
ଦିଲ୍ଲୀ କନ୍‌ଷ୍ଟିଚ୍ୟୁଶନ କ୍ଲବ୍‌ଠାରେ ଇ୨୦ ଇନ୍ଧନ ଉପରେ ଏକ ବୈଠକକୁ ଉଦ୍‌ବୋଧନ ଦେଇ କେଜ୍‌ରିଓ୍ବାଲ କହିଛନ୍ତି, ଆସନ୍ତା ମଙ୍ଗଳବାର ମଧ୍ୟାହ୍ନରେ ସେ ଲୋକମାନଙ୍କଠାରୁ ଆବେଦନପତ୍ର ସଂଗ୍ରହ କରିବେ ଏବଂ ପ୍ରାୟ ୧୦୦ ଜଣ ଲୋକଙ୍କ ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନ ଅଭିମୁଖେ ପଦଯାତ୍ରାରେ ଯିବେ। ଗ୍ରାହକମାନଙ୍କୁ ପେଟ୍ରୋଲ ପମ୍ପ୍‌ରେ ଇ୨୦ ଏବଂ ନିୟମିତ ପେଟ୍ରୋଲ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ଅନୁମତି ଦିଆଯାଉ। ଇ୨୦ ମିଶ୍ରିତ ପେଟ୍ରୋଲ ଦାମ୍‌ କମ୍‌ କରାଯିବାକୁ କେଜ୍‌ରିଓ୍ବାଲ ଦାବି କରିଛନ୍ତି। ଇ୨୦ ବ୍ୟବହାର କଲେ ଗାଡ଼ି ଖରାପ ହେବନାହିଁ ବୋଲି ଦର୍ଶାଉଥିବା ରିପୋର୍ଟକୁ ସର୍ବସାଧାରଣରେ ଶେୟାର କରିବାକୁ କେଜ୍‌ରିଓ୍ବାଲ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।