୨୩ ବର୍ଷ ର ସଜ୍ଜା ,ହାଇକୋର୍ଟ ରୁ ନିର୍ଦୋଷରେ ଖଲାସ ହେଲେ ହତ୍ୟା ଅଭିଯୁକ୍ତ

Jul 10, 2026 - 14:48
୨୩ ବର୍ଷ ର ସଜ୍ଜା ,ହାଇକୋର୍ଟ ରୁ ନିର୍ଦୋଷରେ ଖଲାସ ହେଲେ ହତ୍ୟା ଅଭିଯୁକ୍ତ

କଟକ  : ଦୀର୍ଘ ୨୩ବର୍ଷ ଧରି କାଳ କୋଠରୀରେ ବିତିଲା ଜୀବନ । ଶେଷରେ ହାଇକୋର୍ଟ ରୁ ନିର୍ଦୋଷ ରେ ଖଲାସ ହେଲେ ହତ୍ୟା ଅଭିଯୁକ୍ତ । ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ମୋହନ କୁମାର ସେନାପତିଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି ହାଇକୋର୍ଟ  । 

ଘଟନାନୁସାରେ, ୧୯୯୯ ଅକ୍ଟୋବର ୩୦ରେ ନବରଙ୍ଗପୁର ଜିଲ୍ଲା ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଧେପାଗୁଡ଼ା ରାସ୍ତାରୁ ଜଣେ ଅଜଣାବ୍ୟକ୍ତିଙ୍କ ମୃତ ଦେହ ମିଳିଥିଲା । ଲୁଟ୍ ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । ଏହି ଅଭିଯୋଗ ଆଧାରରେ ମୋହନ ସେନାପତିଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନ ଥିଲେ । ୨୦୦୩ ଜୁଲାଇ ୩୦ରେ, ନବରଙ୍ଗପୁର ଅତିରିକ୍ତ ସେସନ୍ସ ଜଜ୍ ମୋହନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। 

ପରବର୍ତ୍ତୀ ସମୟରେ ମୋହନ ସେନାପତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ମାନସ ରଞ୍ଜନ ପାଠକ ଏବଂ ବିଚାରପତି ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । କୋର୍ଟ ଅନୁଭବ କରିଥିଲେ ମାମଲାର କୌଣସି ଠୋସ୍ ପ୍ରମାଣ ଦେବାରେ ସରକାର ବିଫଳ ହୋଇଛନ୍ତି । କେବଳ ସନ୍ଦେହ ଆଧାରରେ ତାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ହାଇକୋର୍ଟ ଶୁଣାଣି କରି ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରିବାକ ସହିତ ମୋହନଙ୍କ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।