ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…
ଦୁବାଇ,୧୭ା୫: ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍ ଜେନେରେଟର ଜଳିଯାଇଛି। ଇରାନ ଓ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଚାଲିଥିବା ବେଳେ ଏହି ଆକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ତେବେ ଆକ୍ରମଣ ପାଇଁ କୌଣସି ଦେଶ କିମ୍ବା ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଆକ୍ରମଣ ଯୋଗୁ ତେଜସ୍କ୍ରିୟ ବିକିରଣ ହୋଇ ନ ଥିବାବେଳେ କେହି ଆହତ ହୋଇ ନ ଥିବା ଆବୁଧାବି କର୍ତ୍ତୃପକ୍ଷ କହିଛନ୍ତି। ତେବେ ଇରାନ ଡ୍ରୋନ୍ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଯୁଦ୍ଧ ସମୟରେ ୟୁଏଇ ଇସ୍ରାଏଲ୍ର ଆଇରନ୍ ଡୋମ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ ଏବଂ ସୈନ୍ୟମାନଙ୍କୁ ରଖିଥିବାରୁ ଇରାନ ଏହାକୁ ଧମକ ଦେଇଆସୁଥିଲା।
The post ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା… appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।