11 JULY 2026

Welcome!

Unlock your personalized experience.
Sign Up

ହେମା ମାଳିନୀଙ୍କ ମନର କଥା: କହିଲେ ଫିଲ୍ମ ଦୁନିଆରୁ କାହିଁକି ଦୂରରେ ?

Jul 11, 2026 - 18:41
ହେମା ମାଳିନୀଙ୍କ ମନର କଥା: କହିଲେ ଫିଲ୍ମ ଦୁନିଆରୁ କାହିଁକି ଦୂରରେ ?

ନୂଆଦିଲ୍ଲୀ: ବଲିଉଡର ଡ୍ରିମଗର୍ଲ ହେମା ମାଳିନୀ ଦୀର୍ଘ ସମୟ ଧରି ଅଭିନୟରୁ ଦୂରରେ ରହିଛନ୍ତି । ୨୦୨୦ ମସିହାରେ ରିଲିଜ୍ ହୋଇଥିବା ‘ସିମଲା ମିର୍ଚି’ରେ ଶେଷଥର ପାଇଁ ନଜର ଆସିଥିଲେ । ଏହାପରଠାରୁ ଆଉ ବଡ଼ ପରଦାରେ ନଜର ଆସିନାହାନ୍ତି । ଅଭିନୟ ସାଙ୍ଗକୁ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି ହେମା । ତେବେ ଦୀର୍ଘବର୍ଷ ଧରି କାହିଁକି ଅଭିନୟରୁ ଦୂରେଇ ରହିଛନ୍ତି ଏହି ବର୍ଷିୟାନ ଅଭିନେତ୍ରୀ । ଏନେଇ ସେ ପ୍ରତିକ୍ରିୟା ଦେଇଛନ୍ତି । ଯାହାକି ବେଶ ଆଲୋଚନାର ବିଷୟ ମଧ୍ୟ ପାଲଟିଛି ।

ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି କି, ଆଗଭଳି ଆଉ ସିନେମା ଜଗତ ନାହିଁ । ଏବେ ନିର୍ମାଣ ହେଉଥିବା ଫିଲ୍ମ ଶୈଳୀ ସହ ତାଳ ଦେବା କଷ୍ଟକର । ଏହାସହ ଏବେ ସିନେମା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ପୂର୍ବରୁ ସିନେମାର ଏକ ସୁବର୍ଣ୍ଣ ଯୁଗ ଥିଲା ଯେଉଁ ସମୟରେ ମୁଁ ନିଜେ ସାମିଲ ରହିଥିଲି । ଏଣୁ ନିଜକୁ ଧନ୍ୟ ମନେ କରୁଛି । ପୂର୍ବରୁ ନାୟିକାଙ୍କ ଉପରେ କେନ୍ଦ୍ରୀତ ଅନେକ ଫିଲ୍ମ ନିର୍ମାଣ କରାଯାଉଥିଲା । ମୋର ପ୍ରଥମ ସିନେମା ମଧ୍ୟ ସେଭଳି ରହିଥିଲା ।

ଏହାସହ ସେ କହିଛନ୍ତି କି, ମୁଁ ଯେତେବେଳେ ପଛକୁ ଚାହିଁ ଦେଖେ ସେତେବେଳେ ଅନୁଭବ କରେ କି, ମୁଁ ୨୦୦ରୁ ଅଧିକ ସିନେମାରେ କାମ କରିଛି । ଅନେକ ପ୍ରଯୋଜକ ସେମାନଙ୍କ ସିନେମାରେ ମୋତେ କାଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି । ସେତେବେଳେ ପ୍ରତି ଫିଲ୍ମରେ ୫ରୁ ୬ଟି ଗୀତ ରହୁଥିଲା । ଏବଂ ସବୁ ଗୀତକୁ ହିଟ୍ କରିବା ପାଇଁ ଚେଷ୍ଟା କରୁଥିଲେ । ଯାହା ଏବେ ଦେଖିବାକୁ ମିଳୁନାହିଁ । ଆଜିକାଲି ଲୋକମାନେ ମୋତେ ପଚାରୁଛନ୍ତି ତୁମେ କାହିଁକି ଅଭିନୟ କରୁନାହଁ । ମୁଁ କହିବି କି ଏବେ କା ଫିଲ୍ମ ସହ ମୁଁ ତାଳ ଦେଇପାରୁନାହିଁ ।

କହି ରଖୁଛୁ କି, ହେମା ମାଳିନୀ ୬ ଦଶନ୍ଧି ଧରି ବଲିଉଡରେ ନିଜର ଅଭିନୟର ଯାଦୁ ଦେଖାଇ ଆସୁଛନ୍ତି । ସେ ୧୯୬୮ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ । ରାଜ କପୁରଙ୍କ ବିପକ୍ଷରେ ‘ସପନୋ କା ସୌଦାଗର’ ସିନେମାରେ ବଲିଉଡରେ ପାଦ ଥାପିଥିଲେ । ଶୋଲେ, ସୀତା ଔର ଗୀତା, ଡ୍ରିମ ଗାର୍ଲ ଏବଂ କ୍ରାନ୍ତି ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ୭୭ ବର୍ଷୀୟ ଅଭିନେତ୍ରୀ ଏବେ ମଧ୍ୟ ଫିଟ୍ ରହିଥିବାବେଳେ ବୟସ ତାଙ୍କ ଆଗରେ କେବଳ ଏକ ସଂଖ୍ୟା ବୋଲି ମନେ ହୁଏ । ଅଭିନୟ ସହ ସେ ମଥୁରାରୁ ସାଂସଦ ଅଛନ୍ତି । ସେ ବିଜେପିରୁ ସାଂସଦ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : Sunny Deol viral video : ହଠାତ୍ ଏମିତି ବୟସ୍କ ଦେଖା ଯାଉଛନ୍ତି ସନ୍ନି ଦେଓଲ ? ପୂରା ଧର୍ମେନ୍ଦ୍ରଙ୍କ କପି : ଭିଡିଓ ଦେଖି ଲୋକଙ୍କ ପ୍ରତିକ୍ରିୟା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।