ହିନ୍ଦୁ ଧର୍ମରେ ପୂଜାପାଠ ସମୟରେ ପତ୍ନୀ ସ୍ୱାମୀଙ୍କର କେଉଁ ପାର୍ଶ୍ୱରେ ବସିବା ଉଚିତ? ଜାଣନ୍ତୁ ନିୟମ

Jul 21, 2026 - 13:11
ହିନ୍ଦୁ ଧର୍ମରେ ପୂଜାପାଠ ସମୟରେ ପତ୍ନୀ ସ୍ୱାମୀଙ୍କର କେଉଁ ପାର୍ଶ୍ୱରେ ବସିବା ଉଚିତ? ଜାଣନ୍ତୁ ନିୟମ

ସନାତନ ଧର୍ମ ଏବଂ ହିନ୍ଦୁ ଶାସ୍ତ୍ରରେ ପତ୍ନୀଙ୍କୁ ସ୍ୱାମୀଙ୍କର ‘ବାମାଙ୍ଗୀ’ (Vamangi) କୁହାଯାଇଥାଏ, ଯାହାର ଅର୍ଥ ହେଉଛି ଶରୀରର ବାମ ଅଂଶ। କିନ୍ତୁ ଅନେକ ଲୋକଙ୍କ ମନରେ ଏହି ଦ୍ୱନ୍ଦ୍ୱ ରହିଥାଏ ଯେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପତ୍ନୀ ସର୍ବଦା ବାମ ପାର୍ଶ୍ୱରେ ବା Left side ରେ ବସିବା ଉଚିତ କି? ହିନ୍ଦୁ ଶାସ୍ତ୍ର ଏବଂ ବାସ୍ତୁ ନିୟମ ଅନୁଯାୟୀ, ପୂଜାପାଠ ଏବଂ ମାଙ୍ଗଳିକ କାର୍ଯ୍ୟ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ବସିବାର ଦିଗକୁ ନେଇ ସ୍ୱତନ୍ତ୍ର ନିୟମ ରହିଛି।

ସ୍କନ୍ଦ ପୁରାଣର ନିୟମ

ସ୍କନ୍ଦ ପୁରାଣ ସମେତ ଅନ୍ୟାନ୍ୟ ଶାସ୍ତ୍ରରେ ଏକ ପ୍ରସିଦ୍ଧ ଶ୍ଳୋକ ରହିଛି- "ବିବାହେ ସଗ୍ରହେ ଚୈବ ଭୋଜନେ ଶୟନେ ତଥା। ବାମପାର୍ଶ୍ୱେ ଭବେଦ୍ ଭାର୍ଯ୍ୟା ଦକ୍ଷିଣୋ ଯଜ୍ଞକର୍ମଣି॥"। ଏହାର ଅର୍ଥ ହେଉଛି ବିବାହ (ଫେରା ପରେ ଗୃହ ପ୍ରବେଶ ସମୟରେ), ଯାତ୍ରା, ଭୋଜନ ଏବଂ ଶୋଇବା ସମୟରେ ପତ୍ନୀ ସ୍ୱାମୀଙ୍କର ବାମ ପାର୍ଶ୍ୱରେ ରହିବା ଉଚିତ। କିନ୍ତୁ ଯଜ୍ଞ, ହବନ, ପୂଜାପାଠ ଏବଂ ଅନ୍ୟାନ୍ୟ ମାଙ୍ଗଳିକ କର୍ମରେ ପତ୍ନୀ ସର୍ବଦା ସ୍ୱାମୀଙ୍କର ଡାହାଣ ପାର୍ଶ୍ୱରେ ବସିବା ବିଧେୟ।

କେତେବେଳେ ଡାହାଣ ପାର୍ଶ୍ୱରେ ବସିବେ?

ଶାସ୍ତ୍ର ଅନୁଯାୟୀ, ଧାର୍ମିକ କାର୍ଯ୍ୟରେ ‘ସବ୍ୟ’ ବା ଡାହାଣ ଭାଗ ପ୍ରଧାନ ହୋଇଥାଏ। ଡାହାଣ ଭାଗକୁ ସକାରାତ୍ମକ ଶକ୍ତି ଏବଂ ଦେବତାମାନଙ୍କର ବାସସ୍ଥାନ ବୋଲି ବିବେଚନା କରାଯାଏ। ତେଣୁ, କୌଣସି ଧାର୍ମିକ ଯଜ୍ଞ ବା ଅନୁଷ୍ଠାନ, ଭଗବାନଙ୍କ କଥା, ସତ୍ୟନାରାୟଣ ବ୍ରତ ପୂଜା, କୌଣସି ଶୁଭ କାର୍ଯ୍ୟର ସଂକଳ୍ପ ନେବା ସମୟରେ, ବିବାହ ବେଦୀରେ ପ୍ରାରମ୍ଭିକ ବଚନ ସମୟରେ, ଏବଂ ବ୍ରାହ୍ମଣଙ୍କୁ ଦାନ ଦେବା ସମୟରେ ପତ୍ନୀ ଡାହାଣ ପାର୍ଶ୍ୱରେ ବସିବା ବାଧ୍ୟତାମୂଳକ ଅଟେ। ଡାହାଣ ପାର୍ଶ୍ୱରେ ବସି ପତ୍ନୀ ଯେତେବେଳେ ସ୍ୱାମୀଙ୍କ ଡାହାଣ ହାତକୁ ସ୍ପର୍ଶ କରି ସଂକଳ୍ପ କରନ୍ତି, ସେତେବେଳେ ପୂଜା ସମ୍ପୂର୍ଣ୍ଣ ହୋଇଥିବା ମାନିନିଆଯାଏ।

କେତେବେଳେ ବାମ ପାର୍ଶ୍ୱରେ ବସିବା ନିୟମ?

ସାଂସାରିକ ଏବଂ ପାରିବାରିକ ପରିସ୍ଥିତିରେ ପତ୍ନୀ ସ୍ୱାମୀଙ୍କର ବାମ ପାର୍ଶ୍ୱରେ ବସିବାର ବିଧାନ ରହିଛି। ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ୱର ରୂପରେ ମାତା ପାର୍ବତୀ ମଧ୍ୟ ତାଙ୍କର ବାମ ପାର୍ଶ୍ୱରେ ବିରାଜମାନ ଅଟନ୍ତି, ଯାହା ଶକ୍ତି ଏବଂ ସାଂସାରିକ ସୃଜନର ପ୍ରତୀକ ଅଟେ। ଶାସ୍ତ୍ର ଅନୁସାରେ, ବାମ ଭାଗଟି ପ୍ରେମ, ଦୟା ଏବଂ ମମତା (ଚନ୍ଦ୍ର ସ୍ୱର) କୁ ସୂଚାଉଥିବା ବେଳେ ଡାହାଣ ଭାଗ କ୍ରିୟାଶୀଳତା, ନିୟମ ଏବଂ ପରାକ୍ରମ (ସୂର୍ଯ୍ୟ ସ୍ୱର) କୁ ଦର୍ଶାଇଥାଏ। ସ୍ୱାମୀଙ୍କ ଦ୍ୱାରା କରାଯାଉଥିବା କୌଣସି ଧାର୍ମିକ ଅନୁଷ୍ଠାନର ଫଳ ସେବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୁଏ ନାହିଁ ଯେ ପର୍ଯ୍ୟନ୍ତ ପତ୍ନୀ ସେଥିରେ ଅଂଶଗ୍ରହଣ ନକରନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।