ହଦଗଡ଼ ଡ୍ୟାମ୍ର ୪ଟି ଗେଟ୍ ଖୋଲି ଦିଆଯିବା ପରେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି
ଭଦ୍ରକ: ହଦଗଡ଼ ଡ୍ୟାମ୍ର ୪ଟି ଗେଟ୍ ଖୋଲି ଦିଆଯିବା ପରେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସାଳନ୍ଦୀ ନଦୀର ବନ୍ୟାରେ ଭଦ୍ରକ ସହର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଉଛି। ସାଳନ୍ଦୀ ନଦୀ ଭଦ୍ରକ ସହର ମଧ୍ୟ ଦେଇ ଯାଇଥିବା ବେଳେ ନଦୀବନ୍ଧ ଦୁର୍ବଳ ହୋଇଥିବାରୁ ବନ୍ୟା ଜଳ ସହର ଭିତରେ ଲୋକଙ୍କ ଘରେ ପଶିଛି।
ଗତ ତିନି ଦିନ ହେଲା ଲୋକେ ସାଳନ୍ଦୀ ବନ୍ୟା ଜଳରେ ଛଟପଟ ହେଉଛନ୍ତି। ଭଦ୍ରକ ସହରର ୧୧ଟି ୱାର୍ଡରେ ବନ୍ୟାଜଳ ପ୍ରବେଶ କରୁଥିବା ବେକେ ଅନେକ କଲୋନିର ରାସ୍ତା ଘାଟରେ ପାଣି ଲହଡ଼ି ଭାଙ୍ଗୁଛି। ବୈତରଣୀ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେକେ ଦଳାଂଡି ନଦୀର ଜଳ ସ୍ଥର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ସହରର ଚରମ୍ପା ଅଞ୍ଚଳର ୫ଟି ୱାର୍ଡ ଜଳମୟ ହୋଇଥିବା ବେକେ ଭଦ୍ରକ ବ୍ଲକର ୧୪ଟି ପଞ୍ଚାୟତ ଜଳମୟ ହୋଉଛି।
ଭଦ୍ରକ ବ୍ଲକର କାଉପୁର୍, ଦୈସିଂ, ରାନ୍ଦିଆ, ବାଉଦପୁର, ଅଣ୍ଡେଇ ପଲ୍ଲୀ, କଲେଇ, ବ୍ରହ୍ମପୁର, ବିଷ୍ଣୁପୁର ବିନ୍ଧା, ଏରେଇ, ଗୁଜିଦରଡ଼ା, ଖଣ୍ଡତଡ଼ା, ହରିପୁର, ଆର୍ଣପାଳ ଆଦି ପଞ୍ଚାୟତର ବନ୍ୟାଜଳ ପ୍ରବେଶ କରୁଛି। ଲଗାଣ ବର୍ଷା ସାଙ୍ଗକୁ ସାଳନ୍ଦୀ ବନ୍ୟା ଜଳ ଭଦ୍ରକ ବ୍ଲକ ଓ ସହର ବାସୀଙ୍କୁ ବନ୍ୟାରେ ବେହେଲା କରିଛି। ବିଭିନ୍ନ ସ୍ଥାନରେ ସ୍କୁଲ ଘରେ ତକିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରି ରଖାଯାଇଥିବା ବେଳେ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।