ସେବା ପାଇଁ ଉତ୍ସର୍ଗୀକୃତ ଭଞ୍ଜନଗର ରୋଟାରୀ କ୍ଲବ: ବିଭିନ୍ନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା
ଭଞ୍ଜନଗର,୨୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଳବର ୧୯ ତମ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ଜଗନ୍ନାଥ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥିମାନେ ଯୋଗଦେଇ ରୋଟାରୀ କ୍ଳବ ସର୍ବଦା ସେବା ପାଇଁ ଉତ୍ସର୍ଗୀକୃତ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ନିର୍ବାଚିତ ପ୍ରାନ୍ତପାଳ ରୋଟାରୀୟନ ଇନ୍ଦ୍ରଜିତ୍ ସାହୁ ଯୋଗଦେଇ କ୍ଲବର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।
ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରାନ୍ତପାଳ ଯଜ୍ଞାସିଶ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସହ ପ୍ରାନ୍ତପାଳ ମୋହନ ସୁବୁଦ୍ଧି, ବିଦାୟୀ ସଭାପତି ରଞ୍ଜିତ ବାରିକ, ସଭାପତି କେ ସଞ୍ଜୀବ କୁମାର ଚୌଧୁରୀ, ସହ ସମ୍ପାଦକ ଦିବ୍ୟ ରଞ୍ଜନ ଦାସ, ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ସଭାପତି ଶ୍ରୀରାମ ପାଳ ସଭାକୁ ସଂଯୋଜନା କରିଥିଲେ। ରୋଟାରୀୟନ
ସୁଧିର କୁମାର ପାଣିଗ୍ରାହି, ରବିନ୍ଦ୍ର କୁମାର ପାଣିଗ୍ରାହି, ବସନ୍ତ ପାତ୍ର, ପ୍ରଶାନ୍ତ ସାହୁ, ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ପଞ୍ଚାନନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହାପୂର୍ବରୁ ରୋଟାରୀ କ୍ଲବ ପକ୍ଷରୁ ଦୁଇଟି ଥଣ୍ଡା ପାନୀୟ ଜଳ ଯନ୍ତ୍ର ଭଞ୍ଜନଗର ବାଇପାସ ରାସ୍ତାରେ ଏବଂ ଅନ୍ୟଟି ବାଉଁଶଲୁଣ୍ଡିରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଲଗାଯାଇଥିଲା ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।