18 JULY 2026

Welcome!

Unlock your personalized experience.
Sign Up

H.D. Deve Gowda wife dies : ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି ଦେବେଗୌଡ଼ାଙ୍କର ପତ୍ନୀଙ୍କ ଦେହାନ୍ତ

Jul 18, 2026 - 18:31
H.D. Deve Gowda wife dies : ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି ଦେବେଗୌଡ଼ାଙ୍କର ପତ୍ନୀଙ୍କ ଦେହାନ୍ତ

ନୂଆଦିଲ୍ଲୀ - ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡାଙ୍କ ପତ୍ନୀ ଚନ୍ନମ୍ମାଙ୍କର ଦେହାନ୍ତ। ଶନିବାର ( ୧୮ ଜୁଲାଇ ୨୦୨୬)ରେ ୮୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇ ଯାଇଛି। ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁଁ ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ସେ ୧୫ ଜୁଲାଇରୁ ଆଇସିୟୁରେ ଥିଲେ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉ ଥିଲା। ଡାକ୍ତର ସତ୍ୟନାରାୟଣ ତାଙ୍କର ଯତ୍ନ ନେଉଥିଲେ, କିନ୍ତୁ ଚିକିତ୍ସା ଜାରି ରଖିବା ସତ୍ତ୍ୱେ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇ ନଥିଲା ଏବଂ ଶେଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଚେନ୍ନାମାଙ୍କ ମୃତ୍ୟୁ ପରେ, ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସମ୍ପର୍କୀୟମାନେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ହସ୍ପିଟାଲ ଅଭିମୁଖେ ଯାଉଛନ୍ତି। ଜେଡିଏସ୍ କର୍ମୀଙ୍କ ଆଗମନକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହସ୍ପିଟାଲ ନିକଟରେ ପୁଲିସ ସୁରକ୍ଷା ବୃଦ୍ଧି କରାଯାଇଛି। ବେଙ୍ଗାଲୁରୁ ସହର ପୁଲିସ କମିଶନର ସୀମାନ୍ତ କୁମାର ସିଂହ ଘଟଣାସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ହାସନ ତାଲୁକର ମୁତ୍ତିଗେ ଜିଲ୍ଲା ସ୍ଥିତ ହିରେହଲ୍ଲିର ଚେନ୍ନମାଙ୍କ ବିବାହ ୨୫ ମଇ ୧୯୫୪ ରେ ଏଚଡି ଦେବେ ଗୌଡାଙ୍କ ସହ ହୋଇଥିଲା। ଏହି ଦମ୍ପତିଙ୍କର ଚାରି ଜଣ ପୁତ୍ର ଓ ଦୁଇ ଜଣ ଝିଅ ଅଛନ୍ତି। ସେମାନେ ହେଲେ ଏଚଡି ରେଭନ୍ନା, ଏଚଡି ବାଲକ୍ରିଷ୍ଣ, ଏଚଡି ରମେଶ ଗୌଡା, ଏଚଡି କୁମାରସ୍ୱାମୀ, ଶୈଲଜା ଏବଂ ଅନୁସୂୟା ଅଛନ୍ତି।

ଦେବେଗୌଡ଼ାଙ୍କ ରାଜନୈତିକ କ୍ୟାରିୟରର ମୂଳଦୁଆ ଥିଲେ ଚେନ୍ନମ୍ମା । ସେ ପରିବାରର ପ୍ରତିପାଳନ କରୁଥିବା ଜଣେ ଦୃଢ଼ ପତ୍ନୀର ଭୂମିକା ତୁଲାଇ ଥିଲେ, ଏଥିପାଇଁ ଯେ ସର୍ବଦା ରାଜନୀତିରେ ବ୍ୟସ୍ତ ରହୁଥିବା ଦେବେ ଗୌଡ଼ାଙ୍କୁ ପାରିବାରିକ ଦାୟିତ୍ୱର ଭାର ବହନ କରିବାକୁ ଯେମିତି ନପଡ଼ୁ। ସେ ଜଣେ ଆଦର୍ଶ ଗୃହିଣୀ ମଧ୍ୟ ଥିଲେ, ଛଅଟି ପିଲାଙ୍କୁ ଲାଳନପାଳନ କରୁଥିଲେ ଏବଂ ସେମାନଙ୍କ ପାଠପଢାର ଦାୟିତ୍ୱ ମଧ୍ୟ ନେଇଥିଲେ।

ଆହୁରି ମଧ୍ୟ ପଢନ୍ତୁ - Nashik Ashok Kharat Case: ଭଣ୍ଡ ବାବା ବିରୋଧରେ EDର ୩୦୦୦ ପୃଷ୍ଠାର ଚାର୍ଜସିଟ୍, ଅଶୋକ ଖରାତର କଳା କାରନାମାର ପର୍ଦ୍ଦାଫାସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।