ସିଏମ୍ ବିଜୟଙ୍କୁ ବାର୍ଥ ଡେ ଓ୍ବିଶ୍ କାହିଁକି କଲେନି ରଜନୀକାନ୍ତ ? ଏଭଳି କହିଲେ ଅଭିନେତା …
ମୁମ୍ବାଇ,୨୪/୬ : ସିଏମ୍ ଏବଂ ଅଭିନେତା ବିଜୟ ଓ ଅଭିନେତା ରଜନୀକାନ୍ତଙ୍କ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ । ସବୁ କଳ୍ପନାଜଳ୍ପନା ପରେ ମୁହଁ ଖୋଲିଛନ୍ତି ଅଭିନେତା ରଜନୀକାନ୍ତ । ଉଭୟଙ୍କ ସମ୍ପର୍କ ଠିକ୍ ଅଛି କି ନାହିଁ ଚାଲିଥିଲା ଚର୍ଚ୍ଚା । ଯାହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ୍ ରଜନୀକାନ୍ତ । ସେ ଏକ ଇଭେଣ୍ଟରେ ଏ ସବୁ କଥାର ସ୍ପଷ୍ଟ ଉତ୍ତର ରଖିଛନ୍ତି । ଯାହା ପରେ ଉଭୟଙ୍କ ସମ୍ପର୍କରେ ଫାଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରୁ ପରଦା ଉଠିଛି ।
ଏଭଳି ଏକ ଚର୍ଚ୍ଚା ବିଜୟଙ୍କ ବାର୍ଥ ଡେରୁ ଆରମ୍ଭ ହୋଇଥିଲା । ଅଭିନେତା ରଜନୀକାନ୍ତ ତାଙ୍କୁ ବାର୍ଥ ଡେ ଓ୍ବିଶ୍ ନ କରିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଉଭୟଙ୍କ ସମ୍ପର୍କରେ କ’ଣ ଫାଟ ଅଛି କି ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା । ଯାହାକୁ ସେ ନିଜେ ଖଣ୍ଡନ କରିଛନ୍ତି । ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ।
ସୁପରଷ୍ଟାର ରଜନୀକାନ୍ତ ଏବେ ନିଜ ଅପକମିଂ ଫିଲ୍ମ ‘ଧର୍ମନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସ ବି ବହୁ ଉତ୍ସାହିତ ରହିଛନ୍ତି । ନିକଟରେ ଫିଲ୍ମର ଲଞ୍ଚ ଇଭେଣ୍ଟ ହୋଷ୍ଟ୍ କରାଯାଇଥିଲା। ଯେଉଁଥିରେ ରଜନୀକାନ୍ତଙ୍କୁ ସିଏମ୍ ବିଜୟଙ୍କୁ ନେଇ ଏଭଳି ପ୍ରଶ୍ନ କରାଯାଇଥିଲା କି ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରକାଶ ଯେ, ଲଞ୍ଚ ଇଭେଣ୍ଟରେ ଗଣମାଧ୍ୟମ ପକ୍ଷରୁ ରଜନୀକାନ୍ତଙ୍କୁ ପଚରାଯାଇଥିଲା କି ସେ ସିଏମ୍ ବିଜୟଙ୍କୁ ଜନ୍ମଦିନରେ କାହିଁକି ଓ୍ବିଶ୍ କରି ନ ଥିଲେ । ସେ ସୋସିଆଲ ମିଡ଼ିଆରେ ବିଜୟଙ୍କ ଲାଗି କୌଣସି ପୋଷ୍ଟ ସେୟାର କରି ନ ଥିଲେ । ଏହି ପ୍ରଶ୍ନରେ ରଜନୀକାନ୍ତ ବହୁ ମଜାଦାର ଉତ୍ତର ଦେଇଥିଲେ ।
ପ୍ରକାଶ ଯେ, ୨୨ଜୁନରେ ତାମିଲନାଡ଼ୁ ସିଏମ୍ ଏବଂ ଅଭିନେତା ବିଜୟଙ୍କ ଜନ୍ମଦିନ ଥିଲା । ଏହି ସମୟରେ କେତେକ ଅଭିନେତା ସୋସିଆଲ ମିଡ଼ିଆରେ ବାର୍ଥ ଡେ ଓ୍ବିଶ୍ କରିଥିଲେ । କିନ୍ତୁ ରଜନୀକାନ୍ତଙ୍କ ତରଫରୁ କୌଣସି ବି ପୋଷ୍ଟ ସାମ୍ନାକୁ ଆସି ନ ଥିଲା । ଏହି କାରଣରୁ ଚର୍ଚ୍ଚା ହେଉଥିଲା କି ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲୁ ନାହିଁ । କିନ୍ତୁ ରଜନୀକାନ୍ତ ଏବେ ଏହାର ଉତ୍ତର ଦେଇଛନ୍ତି ।
ରଜନୀକାନ୍ତଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା କି ସେ ସୋସିଆଲ ମିଡ଼ିଆରେ ସିଏମ୍ ବିଜୟଙ୍କ ବାର୍ଥ ଡେରେ ଓ୍ବିଶ୍ କାହିଁକି କରିନଥିଲେ । ଏହା ଉପରେ ଅଭିନେତା ଉତ୍ତର ଦେଇଥିଲେ କି ମୁଁ ତାଙ୍କୁ ଫୋନରେ ଶୁଭକାମନା ଦେଇଥିଲି । ଆମ କଥା ବ୍ୟକ୍ତିଗତ ଭାବେ ହୋଇଥିଲା । ରଜନୀକାନ୍ତ ଏହି ଉତ୍ତରରେ ଏହାତ ସ୍ପଷ୍ଟ ହୋଇଗଲା କି ବିଜୟ ଏବଂ ତାଙ୍କ ମଧ୍ୟରେ ସବୁ କିଛି ଠିକ୍ ଅଛି । ଉଭୟ ବ୍ୟକ୍ତିଗତ ଭାବେ କଥା ହେଉଛନ୍ତି ଏବଂ ଜଣେ ଅନ୍ୟଜଣଙ୍କ ସୁଃଖ-ଦୁଃଖରେ ଅଛନ୍ତି ।