ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା
ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଦିଲ୍ଲୀର ଜାହାଙ୍ଗୀରପୁରୀ ଥାନାରେ ଅଭିଯୋଗ ଦାଖଲ କରାଯାଇ ପପୁ ଯାଦବଙ୍କ ଉପରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଏବଂ ଧାର୍ମିକ ପ୍ରତୀକଗୁଡ଼ିକୁ ଅପମାନିତ କରିବାର ଅଭିଯୋଗ ଅଣାଯାଇଛି। ଜାହାଙ୍ଗୀରପୁରୀର ବାସିନ୍ଦା ସୂର୍ଯ୍ୟ ପ୍ରକାଶ ଶର୍ମା ଏହି ଅଭିଯୋଗ ଦେଇଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ ପପୁ ଯାଦବ ନାଟକ କରି ଭଗବାନ ବସ୍ତ୍ର, ରାମ ମନ୍ଦିରର ପ୍ରତୀକାତ୍ମକ ଦାନ ପେଟିକା ଏବଂ ଭଗବାନ ରାମଙ୍କ ସହିତ ଜଡ଼ିତ ପ୍ରତୀକଗୁଡ଼ିକର ବ୍ୟବହାର କରି ଧାର୍ମିକ ଭାବନାକୁ ଆହତ କରିଛନ୍ତି। ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାଂସଦ ପପୁ ଯାଦବ ସାଧୁ ପୋଷାକ ପିନ୍ଧି ଚୋରର ଭୂମିକା ଅଭିନୟ କରିଥିଲେ। ଏହି ସମୟରେ ଅନେକ କଂଗ୍ରେସ ସାଂସଦ ସେହି ନାଟକର ବେଶ ଆନନ୍ଦ ମଧ୍ୟ ଉଠାଇଥିଲେ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।