ସଲମାନଙ୍କ ଫଟୋ ଦେଖି ୨ ପୂର୍ବତନ ପ୍ରେମିକା ଆଶ୍ଚର୍ଯ୍ୟ: କହିଲେ…

May 19, 2026 - 00:46

୬୦ ବର୍ଷ ବୟସରେ ବି ସଲମାନ ଖାନଙ୍କ ଜଲଓ୍ବା। ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଫଟୋକୁ ଯିଏ ଦେଖୁଛି ସେ କହୁଛି ବାଃ ବାଃ। ହଁ ଏ ଫଟୋଟି ଏମିତି ସେମିତି ନୁହେଁ, ଏହା ହେଉଛି ତାଙ୍କ ସିକ୍ସ ପ୍ୟାକ୍‌ ଥିବା ଫଟୋ। ଏ ବୟସରେ ତାଙ୍କ ଫିଟ୍‌ନେସ୍‌ ଦେଖି କେବଳ ଦର୍ଶକ ନୁହେଁ, ତାଙ୍କ ପୂର୍ବତନ ପ୍ରେମିକା ବି ଚକିତ ହୋଇପଡ଼ିଛନ୍ତି। ତାଙ୍କ ପୂର୍ବତନ ପ୍ରେମିକା ସଙ୍ଗୀତା ବିଜଲାନି ସଲମାନଙ୍କ ଫଟୋ ଉପରେ କମେଣ୍ଟ ଦେଇ ଲେଖିଛନ୍ତି,‘ଉଫ୍‌’। ଏହାସହ ସଲ୍ଲଙ୍କୁ ଆଉ ଜଣେ ପୂର୍ବତନ ପ୍ରେମିକା ଲୁଲିଆ ଭଣ୍ଟୁର ମଧ୍ୟ ଏହି ଫଟୋରେ ଏକ ଫାୟାର ଇମୋଜି ଦେଇଛନ୍ତି।
ସଲମାନ ନିଜ ସିକ୍ସ ପ୍ୟାକ୍‌ ଫଟୋ ଶେୟାର କରି କହିଛନ୍ତି, ମୁଁ ନିଜେ, ନିଜ ଦ୍ୱାରା ରହିବାର ୨ଟି ଉପାୟ, ଏକାକୀଏବଂ ଏକୁଟିଆ। ଏକାକୀ ହେଉଛି ନିଜ ପସନ୍ଦ ଦ୍ୱାରା ଏବଂ ଏକୁଟିଆ ହେଉଛି ଯେତେବେଳେ କେହି ତୁମ ସହିତ ରହିବାକୁ ଚାହାଁନ୍ତି ନାହିଁ…. ଏବେ ଆଗକୁ ନିଜ ଶରୀରକୁ କ’ଣ କରିବାକୁ ପଡିବ ତାହା ବୁଝି ନିଅ।

 

View this post on Instagram

 

A post shared by Salman Khan (@beingsalmankhan)

The post ସଲମାନଙ୍କ ଫଟୋ ଦେଖି ୨ ପୂର୍ବତନ ପ୍ରେମିକା ଆଶ୍ଚର୍ଯ୍ୟ: କହିଲେ… appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।