ନୂଆଦିଲ୍ଲୀ : କେନ୍ଦ୍ର ସରକାର ଇନଷ୍ଟାଗ୍ରାରେ ଶିଶୁ ଯୌନ ନିର୍ଯାତନା ସଂପର୍କିତ ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନକୁ ନେଇ ମେଟାକୁ ସମନ କରିବାକୁ ନେଇଛନ୍ତି ନିଷ୍ପତ୍ତି। ସୂତ୍ରାନୁସାରେ ,କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଏହି ପ୍ରସଙ୍ଗରେ ମେଟା ଠାରୁ ଉତ୍ତର ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ କହିବାନୁସାରେ ,ଯଦି କୌଣସି ବି ଡିଜିଟାଲ ପ୍ଲାଟଫର୍ମରେ ଶିଶୁଙ୍କ ଯୌନ ନିର୍ଯାତନା ସହ ଜଡ଼ିତ ସାମଗ୍ରୀର ପ୍ରଚାର ଓ ପ୍ରସାର ହୁଏ , ତ ଏହା ଖୁବ୍ ଗମ୍ଭୀର ମାମଲା। ଏଥିପାଇଁ ସମ୍ୱନ୍ଧିତ କମ୍ପାନୀର ହିଁ ଦାୟୀ। ଆଇଟି ମନ୍ତ୍ରଣାଳୟ ଏବେ ମେଟା ଠାରୁ ଏହି ପୂରା ମାମଲାରେ ଉତ୍ତର ମାଗିବ ଏବଂ ଏହା ଜାଣିବାକୁ ଚେଷ୍ଟା କରିବ ଯେ, ଏମିତି କଣ୍ଟେଣ୍ଟ ସହ ଜଡ଼ିତ ବିଜ୍ଞାପନ ପ୍ଲାଟଫର୍ମରେ କେମିତି ଦେଖାଗଲା।
ଏହା ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର , ଯାହାକି କେନ୍ଦ୍ର ସରକାର ମେଟାର ସର୍ଭିସକୁ ନେଇ କଡ଼ା ଆଭିମୁଖ୍ୟ ଆପଣାଇଛି। ଏହା ପୂର୍ବରୁ ବୁଧବାର ସରକାର ହ୍ୱାଟ୍ଆପରେ ପ୍ରସ୍ତାବିତ ୟୁଜରନେମ୍ ଫିଚରକୁ ନେଇ ମେଟାର ନୋଟିସ ଜାରି କରିଥିଲା। ସରକାର ଆଶଙ୍କା କରିଥିଲେ ଯେ, ଏହି ନୂଆ ଫିଚର ଅନଲାଇନ୍ ଛକେଇ , ଫିସିଂ , ଡିଜିଟ ଆରେଷ୍ଟ ଭଳି ସାଇବର ଅପରାଧକୁ ବୃଦ୍ଧି କରାଇବ। ଏହାସହ ନକଲି ପରିଚୟ ସୃଷ୍ଟି କରି ଲୋକଙ୍କୁ ଠକିବା ଘଟଣା ବୃଦ୍ଧି କରିପାରେ। ସରକାର ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ,ଯେପର୍ଯ୍ୟନ୍ତ ଏହି ଫିଚର ଉପରେ ସରକାରଙ୍କ ସମସ୍ତ ଆବଶ୍ୟକୀୟ ପରାମର୍ଶ ପୂରା ନହୋଇଛି ଏବଂ ସରକାର ସନ୍ତୁଷ୍ଟ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ଏହାକୁ ଲାଗୁ କରାନଯାଉ।
କେନ୍ଦ୍ର ସରକାର ନିଜର ନୋଟିସରେ ମେଟାକୁ ଏହା ମଧ୍ୟ ପଚାରି ଥିଲେ ଯେ, ଏମିତି କାହିଁକି କୁହାଯିବ ନାହିଁ ଯେ, ହ୍ୱାଟ୍ସଆପ୍ର ଏହି ପ୍ରସ୍ତାବିକ ଫିଚର ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଓ ଏହାସହ ଜଡ଼ିତ ନିୟମର ଉଲ୍ଲଙ୍ଘନ କରିପାରେ। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତ ଆଇଟି ଅଧିନିୟମ ଅନୁସାରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ପାରେ। ଏହାସହ ସରକାର ମେଟାକୁ ସ୍ମରଣା କରାଇ ଦେଇଛନ୍ତି ଯେ, ହ୍ୱାଟ୍ସଆପ୍ ଏକ ପ୍ରମୁଖ ସୋସିଆଲ ମିଡିଆ ମଧ୍ୟସ୍ଥି। ତେଣୁ ଏହା ଉପରେ ଆଇଟି ଆଇନ ଓ ସମ୍ୱନ୍ଧିତ ନିୟମାନୁସାରେ ସମସ୍ତ ଡ୍ୟୁ ଡିଲିଜେନ୍ସ ସାବଧାନତା ଓ ଦାୟିତ୍ୱ ଲାଗୁ ହୋଇଥାଏ।
ଉଲ୍ଲେଖନୀୟ ଯେ, ଇନଷ୍ଟାଗ୍ରାମରେ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ସଂପର୍କିତ ବିଜ୍ଞାପନ ଓ ହ୍ୱାଟ୍ସଆପର ନୂଆ ଫିଚରକୁ ନେଇ ଅଭିଯୋଗ ହୋଇଛି। ଏଥିରେ ସ୍ପଷ୍ଟ ଯେ, କେନ୍ଦ୍ର ସରକାର ଡିଜିଟାଲ ପ୍ଲାଟଫର୍ମର ଦାୟିତ୍ୱକୁ ନେଇ କଠୋର ମନୋଭାବ ଆପଣାଉଛି।
ଆହୁରି ମଧ୍ୟ ପଢନ୍ତୁ - Ultrasound mechanostimulation : ଓରାଲ କ୍ୟାନସର ସେଲ୍ସକୁ ମାରି ଦିଏ ଅଲ୍ଟ୍ରାସାଉଣ୍ଡ, ନୂଆ ରିସର୍ଚ୍ଚରେ ଖୁଲାସା