ଶାସ୍ତ୍ରୀ ନଗର ଭୟଙ୍କର ଦୁର୍ଘଟଣା ,ମଦ୍ୟପ କାର ଚାଳକ ଗିରଫ

Jul 14, 2026 - 15:13
ଶାସ୍ତ୍ରୀ ନଗର ଭୟଙ୍କର ଦୁର୍ଘଟଣା ,ମଦ୍ୟପ କାର ଚାଳକ ଗିରଫ

ଭୁବନେଶ୍ୱର : ଗତକାଲି ରାତିରେ ଭୁବନେଶ୍ୱର ଶାସ୍ତ୍ରୀ ନଗର ଛକରେ ଘଟିଥିଲା ଭୟଙ୍କର ସଡକ ଦୁର୍ଘଟଣା । ଟ୍ରାଫିକ ସିଗନାଲରେ ଜଣେ ବାଇକ ଆରୋହୀ ଅଟକି ଥିବାବେଳେ, ପଛପଟୁ ଏକ ଦ୍ରୁତଗାମୀ କାର ଆସି ଜୋରରେ ଧକ୍କା ଦେଇ ପାଖ ପାଖି ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଘଟଣାରେ ପ୍ରଥମେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ ଏବଂ ପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ହେଲେ ନୁଆସାହି ଅଞ୍ଚଳର ଦେବୀପ୍ରସାଦ ରାଉତରାୟ । ସେ ଜଣେ ଏସି ମେକାନିକ । ଏହି ଘଟଣାରେ ଆଜି କିଲର ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରିଛି କମିଶରେଟ ପୋଲିସ । ଅଭିଯୁକ୍ତ ଡ୍ରାଇଭର ହେଲେ ସୌମ୍ୟରଞ୍ଜନ ରଥ । ସେ ଜଣେ ଆଇନ ଛାତ୍ର ବୋଲି ଜଣାପଡିଛି । ତାଙ୍କ ବାପା ଜଣେ ବିଲଡର । ତେବେ ଦେବୀ ପ୍ରସାଦଙ୍କ ସହିତ ତାଙ୍କ ବାନ୍ଧବୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗତକାଲି ରାତିରେ ଉଭୟେ ଗାଡି ଭିତରେ ନିଶାସକ୍ତ ଅବସ୍ଥାରେ ଥିଲେ । ତେବେ ଦେବୀପ୍ରସାଦ ଗାଡି ଚଳାଉଥିଲେ । ରାସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ସୌମ୍ୟଙ୍କୁ ଗିରଫ କରିଛି ପୋଲିସ । ବ୍ରେଥ୍ ଆନାଲାଇଜର ଚେକ୍ ବେଳେ ଏହା ସ୍ପଷ୍ଟ ହୋଇସାରିଛି ବୋଲି ସୂଚନା ଦେଇଛନ୍ତି ଜଣ -ଏ ,ଏସିପି ରଞ୍ଜନ ବିଶୋଇ । ସେହିପରି BNS ୧୦୫ ଧାରାରେ ମାମଲା ରୁଜୁ କରାଯାଇଛି । ଅତି କମ୍ରେ ୫ ବର୍ଷରୁ ଆଜୀବନ ସଜା ପର୍ଯ୍ୟନ୍ତ ଦଣ୍ଡବିଧାନ ହୋଇପାରେ । ଏହି ଘଟଣାରେ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ ୩ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାନୁସାରେ,ସୋମବାର ରାତିରେ ଶାସ୍ତ୍ରୀନଗର ଛକରେ ନିଶାସକ୍ତ ଅବସ୍ଥାରେ ବେପରୁୱା ଗାଡି ଚାଳନା ଯୋଗୁଁ ଜଣେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି I ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ଦେବୀ ପ୍ରସାଦ ଟ୍ରାଫିକ୍ ସିଗନାଲରେ ଅପେକ୍ଷା କରିଥିବା ବେଳେ ପଛପଟୁ ଦ୍ରୁତ ବେଗରେ ଆସୁଥିବା ପଶ୍ଚିମବଙ୍ଗ ନମ୍ବର ବିଶିଷ୍ଟ ଏକ ମର୍ସିଡିଜ୍ କାର୍ ତାଙ୍କ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ସେ ବାଇକ୍‌ରୁ ଛିଟିକି ପଡ଼ିଥିଲେ ଏବଂ ପ୍ରାୟ ୧୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ର ଏୟାରବ୍ୟାଗ୍ ମଧ୍ୟ ଖୋଲିଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ପୁଲିସ ମିଳିତା ଭାବେ ଗୁରୁତର ଆହତ ଦେବୀ ପ୍ରସାଦଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ କାର୍‌ରେ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକ ଅଟକ ରଖିଥିଲେ। କେତେକ ପ୍ରତ୍ୟକ୍ଷଦର୍ଶୀ ସେମାନେ ମଦ୍ୟପାନ କରିଥିବା ଅଭିଯୋଗ କରିଥିଲେ । ଖବର ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ବଡ଼ ବଡ଼ ପଥର ଏବଂ ବାଉଁଶ ସାହାଯ୍ୟରେ ମର୍ସିଡିଜ୍ ଗାଡିକୁ ଭଙ୍ଗାରୁଜା କରିବା ସହ ଗାଡିକୁ ଛାଡି ନଥିଲେ । ବୁଝାସୁଝା କରିବା ପାଇଁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ଅତିରିକ୍ତ ଡିସିପି, ଦୁଇଟି ଜୋନ୍ ୫ ଏବଂ ଜୋନ୍ ୧ର ଏସିପି, ୪ଟି ଥାନାର ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଖାରବେଳ ନଗର ଥାନାରେ ମାମଲା ରୁଜୁ କରାଯାଇଥିଲା  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।