ଲଘୁଚାପ ପ୍ରଭାବ: ଆଜି ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା, ୬ ଜିଲ୍ଲାକୁ ସତର୍କ

Jul 17, 2026 - 12:04
ଲଘୁଚାପ ପ୍ରଭାବ: ଆଜି ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା, ୬ ଜିଲ୍ଲାକୁ ସତର୍କ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗ ଠାରେ ସକ୍ରିୟ ଥିବା ଲଘୁଚାପ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ୭.୬ କିମି ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। 

ଶୁକ୍ରବାର ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ୱଲପୁର, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କଳାହାଣ୍ଡି, କନ୍ଧମାଳ, ରାୟଗଡା, ବୌଦ୍ଧ, ଅନୁଗୋଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ଖୋରଧା, କଟକ, ଢେଙ୍କାନାଳ, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ପୁରୀ, ବାଲେଶ୍ୱର, ବୌଦ୍ଧ ଓ ବରଗଡ଼ ଆଦି ୧୮ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳରେ ମେଘୁଆ ପାଗ ସହ ୪୫ରୁ ୫୦ କିମି ପବନ ସହ ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ତେଣୁ ୧୬ରୁ ୧୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। 

ସେହିପରି ପୁରୀରେ ଗତକାଲିଠାରୁ ବର୍ଷା ଲାଗି ରହିଥିବାବେଳେ ଗତ ୩୬ଘଣ୍ଟା ମଧ୍ୟରେ ୧୦୫.୮ମିମି ବର୍ଷା ହୋଇଛି । ବର୍ଷା ସତ୍ତ୍ବେ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜି ରଥ ଟାଣିଛନ୍ତି । ପୁରୀରେ ଶୁକ୍ରବାର ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।