Friday Horoscope: ଶୁକ୍ରବାର ରାଶିଫଳ ( ୧୭-୦୭-୨୦୨୬ )
ମେଷ: ମନୋରଞ୍ଜନରେ ସମୟ ଅତିବାହିତ ହେବ। ବ୍ୟବସାୟ ଆଗକୁ ବଢ଼ାଇବେ। ସ୍ବାସ୍ଥ୍ୟରେ ସୁଧାର ଆସିବ। ସମୟର ସଦୁପଯୋଗ କରନ୍ତୁ। ଅନ୍ୟକୁ କଷ୍ଟ ଦେଲା ପରି କଥା କୁହନ୍ତୁନି।
ବୃଷ: କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ ମିଳିବ। ନିଜ ଲୋକ ଶତ୍ରୁ ସାଜିେବ। ଭାବି ବିଚାରି କାମ କରନ୍ତୁ। ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଆଶାରୁ ଅଧିକ ସଫଳତା ଲାଭ କରିବେ।
ମିଥୁନ: ଆଶା କରିଥିବା ଦିଗରୁ ଧନ ମିଳିବ। ପ୍ରେମିକ-ପ୍ରେମିକାଙ୍କୁ ଦିନଟି ଶୁଭଫଳ ପ୍ରଦାନ କରିବ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାତ୍ରା ଯୋଗ ଅଛି। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।
କର୍କଟ: ତରବରିଆ ଭାବେ ନିବେଶ କରନ୍ତୁ ନାହିଁ। ଅଚାନକ ଖୁସି ଖବର ପାଇବେ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ଅଯଥା କାମରେ ସମୟ ନଷ୍ଟ ହେବ।
ସିଂହ: ମାନସିକ ଚିନ୍ତା ବଢ଼ିବ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ। ଅଫିସ୍ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ପିଲାଙ୍କ ପଢ଼ା ପାଇଁ ଅଭିଭାବକ ବ୍ୟସ୍ତ ହୋଇପାରନ୍ତି।
କନ୍ୟା: ବନ୍ଧୁଙ୍କ ଦ୍ବାରା ଆୟର ମାର୍ଗ ଉନ୍ମୁକ୍ତ ହେବ। ନିଜ ପାଇଁ ସମୟ ବାହାର କରିବେ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ପରିବାର ସଦସ୍ୟଙ୍କ ସହ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।
ତୁଳା: ପଡୋଶୀଙ୍କଠାରୁ ବିବାଦରୁ ଦୂରେଇ ରୁହନ୍ତୁ। ଭାଇ,ଭଉଣୀଙ୍କ ସହଯୋଗ ମିଳିବ। ନିବେଶରୁ ଲାଭ ମିଳିବ। ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବିଛା: ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ବିବାହକୁ ନେଇ ଶୁଭ ଖବର ମିଳିବ। ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବେ। ଜୀବନସାଥୀଙ୍କ ମନଦୁଃଖ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।
ଧନୁ: ଦିନଟି ହସଖୁସିରେ ଅତିବାହିତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ଅବିବାହିତାଙ୍କ ବିବାହରେ ସମସ୍ୟା ଉତ୍ପନ୍ନ ହେବ।
ମକର: ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ସ୍ବଭାବରେ ପରିବର୍ତ୍ତନ ଆସିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ଖେଳକୁଦରେ ସୁନାମ ଅର୍ଜନ କରିବେ।
କୁମ୍ଭ: କର୍ମ ଚଞ୍ଚଳ ହେବେ। ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଠକାମିର ଶିକାର ହେବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ପଡୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ।
ମୀନ: ରାଜନୀତିେର ଯୋଗ ଦେବେ। ଆୟ ଅନୁସାରେ ବ୍ୟୟ ସମାନ ରହିବ। ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇପାରେ। ଇଚ୍ଛା ପୂରଣ ହେବ। ନୂଆ ଚାକିରି ଖୋଜିବାକୁ ବର୍ତ୍ତମାନ ଉପଯୁକ୍ତ ସମୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।