ରାହୁଲ ଗାନ୍ଧିଙ୍କ ଘରେ ଚାଏ ପେ ଚର୍ଚ୍ଚା !

Oct 13, 2026 - 18:51
ରାହୁଲ ଗାନ୍ଧିଙ୍କ ଘରେ ଚାଏ ପେ ଚର୍ଚ୍ଚା !

ନନ୍ଦିଘୋଷ ବ୍ୟୁରୋ:  ରାହୁଲ ଗାନ୍ଧିଙ୍କ ଘରେ ଚାଏ ପେ ଚର୍ଚ୍ଚା। ତାଙ୍କର ଦିଲ୍ଲୀ ବାସଭବନରେ ହୋଇଛି ଏହି ଚା ପିଆ ଆସର। ଇଣ୍ଡିଆ ମେଣ୍ଟର ପ୍ରମୁଖ ନେତାଙ୍କୁ ଚାହା ପିଆଇ ଆପ୍ୟାୟିତ କରିଛନ୍ତି ରାହୁଲ । ଏଥିରେ ଯୋଗ ଦେଇଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଅନ୍ୟ ଇଣ୍ଡିଆ ମେଣ୍ଟ ର ଅଂଶୀଦାର ଦଳର ବଡ଼ ବଡ଼ ନେତା ଓ ଛାତ୍ର ସଂଗଠନର ନେତା। ଚା ପିଇବା ସହିତ ଦେଶର ରାଜନୈତିକ ପରିସ୍ଥିତି ନେଇ ଆଲୋଚନା ହୋଇଛି ଓ ବିଜେପି ବିରୋଧରେ ପ୍ରସ୍ତୁତ ହୋଇଛି ରଣନୀତି। ଇଣ୍ଡିଆ ମେଣ୍ଟ ଏକଜୁଟ ଅଛି, ଏହି ବାର୍ତ୍ତା ଦେବା ପାଇଁ ଏହି ଚାଏ ପେ ଚର୍ଚ୍ଚା କରାଯାଇଛି।

ଏଥିରେ ଯୋଗ ଦେବା ପରେ ସାଂସଦମାନେ କହିଛନ୍ତି, SIR ଜାଲିଆତି କରିଥିବା CEC ଜ୍ଞାନେଶ କୁମାର ଯେ ପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ବିଜେପି ତାଙ୍କୁ ସୁରକ୍ଷା ଦେଇପାରିବ ନାହିଁ ବୋଲି କହିଛନ୍ତି ସେମାନେ। ଦିଲ୍ଲୀ ଜନ୍ତର ମନ୍ତରରେ ଆନ୍ଦୋଳନ ନକରିବାକୁ କଟକଣା ଜାରି ହୋଇଥିବାରୁ ଏହାକୁ ନେଇ ସମାଜବାଦୀ ପାର୍ଟି କହିଛି, ଆନ୍ଦୋଳନସ୍ଥଳ ବନ୍ଦ କରିଦେଲେ ଆନ୍ଦୋଳନ ବନ୍ଦ ହେବ ନାହିଁ। ବରଂ ଏହା ଆହୁରି ତୀବ୍ର ହେବ। ଗଣତନ୍ତ୍ରକୁ ବଞ୍ଚାଇବାକୁ ହେବ। ପଛକୁ ହଟିବାର ପ୍ରଶ୍ନ ଉଠୁ ନାହିଁ। ତେବେ ରାହୁଲଙ୍କ ଘରେ ଜମିଥିବା ଏହି ଚାହାର ଆସରରେ କେବଳ ଚାହା ପିଆ ହୋଇଛି ତାହା ନୁହେଁ ବରଂ ଅନେକ ରାଜନୈତିକ ବିଷୟରେ ଗୁରୁତ୍ବପୁର୍ଣ୍ଣ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)