ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର

Jul 21, 2026 - 07:35
ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ସରକାରୀ କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତାକୁ ପ୍ରତ୍ୟାହାର କରାଯାଇଥିବାବେଳେ ଏହି ଦାୟିତ୍ୱରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ରହିବେ। ଏଣିକି ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତିର ପୂରା କ୍ଷମତା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ଏନେଇ ସୋମବାର ଜାରି ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ କଲେଜ ଓ ଶିକ୍ଷକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିଯୁକ୍ତି ପାଉଥିବା ଅଣ-ଶିକ୍ଷକ (ନନ-କ୍ୟାଡର) ଗ୍ରୁପ୍‌-ବି, ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡି ପଦବୀ ନିଯୁକ୍ତି ଦାୟିତ୍ୱ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଗଲା। ପୂର୍ବରୁ ସରକାରୀ କଲେଜ ଓ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କ ନିକଟରେ ଏହି ନିଯୁକ୍ତି କ୍ଷମତା ରହିଥିଲା, ଯାହାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।