ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମେଧାବୀ ଛାତ୍ରୀଙ୍କୁ ସ୍କୁଟି ସହ ମିଳିବ ପେଟ୍ରୋଲ

Jul 21, 2026 - 14:04
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମେଧାବୀ ଛାତ୍ରୀଙ୍କୁ ସ୍କୁଟି ସହ ମିଳିବ ପେଟ୍ରୋଲ

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ୍ ଶୀଘ୍ର ରାଜ୍ୟର ମେଧାବୀ ଛାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ଦେବା ନେଇ ଘୋଷଣା କରାଯାଇଛି । ଯୋଗୀ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ସରକାର ଉଚ୍ଚଶିକ୍ଷା ବିଭାଗର ତିନୋଟି ପ୍ରସ୍ତାବ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଏହି ସ୍କୁଟରଗୁଡ଼ିକ ରାଣୀ ଲକ୍ଷ୍ମୀ ବାଈ ସ୍କୁଟି ଯୋଜନା ଅଧୀନରେ ମେଧାବୀ କଲେଜ ପଢ଼ୁଥିବା ମହିଳା ଛାତ୍ରୀମାନଙ୍କୁ ପ୍ରଦାନ କରାଯିବ।

ଯୋଗୀ ସରକାର ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରତ୍ୟେକ କଲେଜରୁ ସ୍ନାତକ ହାସଲ କରୁଥିବା ଶ୍ରେଷ୍ଠ ୫% ଛାତ୍ରୀଙ୍କୁ ସ୍କୁଟର ଯୋଗାଇବେ । ଉଲ୍ଲେଖଯୋଗ୍ୟ, କ୍ୟାବିନେଟ ବୈଠକରେ ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ସମେତ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଛାତ୍ରୀମାନଙ୍କୁ ପେଟ୍ରୋଲ ଚାଳିତ ସ୍କୁଟର ବଣ୍ଟନ କରାଯିବ। ଏହି ଯୋଜନା ଅଧୀନରେ, ଭିନ୍ନକ୍ଷମ ବ୍ୟକ୍ତି, ଶହୀଦ ଏବଂ ଅସହାୟ ପରିବାରର ଛାତ୍ରୀମାନଙ୍କୁ ପ୍ରାଥମିକତା ଦିଆଯିବ। ସ୍କୁଟି ସହିତ ୫ ଲିଟର ପେଟ୍ରୋଲ ଏବଂ ଗୋଟିଏ ହେଲମେଟ୍ ମଧ୍ୟ ଦିଆଯିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।