ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

Aug 06, 2026 - 12:02
ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି ନେଇ ବୁଧବାର ଧାରଣା ଦିଆଯାଇଛି। ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତିକୁ ନେଇ ସଂଘ କାର୍ଯ୍ୟକର୍ତ୍ତା ବର୍ଷିଥିଲେ। ପରେ ଏକ ୪ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉଦ୍ଦେଶ୍ୟରେ ପୃଥକ୍‌ ପୃଥକ୍‌ ଭାବେ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ ବୟସସୀମା ୬୦ରୁ ୬୨ ବର୍ଷ ବୃଦ୍ଧି, ନୂତନ ପେନସନ କାର୍ଯ୍ୟକାରୀ, ଗ୍ରେଡ୍‌ପେ ଓ ସ୍ଥାୟୀ ଅନୁଦାନ ପ୍ରଦାନ ଉପରେ ଆଧାରିତ ରହିଛି। ଏହି ଦାବିଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ସମନ୍ବୟ ସମିତି ପକ୍ଷରୁ ଦାବି କରାଯାଇଛି।

ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କ ମଧ୍ୟରେ ସଂଘ ଉପଦେଷ୍ଟା ବ୍ୟାସଦେବ ବେବର୍ତ୍ତା, ସଭାପତି ନିମାଇଁ ରାଉତ, ପ୍ରଭାତ ବେହେରା, ଅଶୋକ ମହାପାତ୍ର, ନରୋତ୍ତମ ପାର୍ଥ ସାରଥୀ, ବୃନ୍ଦାବନ ସାଇଁ, ସଚ୍ଚିଦାନନ୍ଦ ପାଇକରାୟ, ପ୍ରଶାନ୍ତ ଦାସ, ଜ୍ୟୋତି ରଞ୍ଜନ ମିଶ୍ର ଓ ଆଦିକନ୍ଦ ସାହୁଙ୍କ ସମେତ ବହୁ ସଂଖ୍ୟାରେ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।