Welcome!

Unlock your personalized experience.
Sign Up

ରବିବାର ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା

Jul 18, 2026 - 23:06
ରବିବାର ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା

ପୁରୀ, ୧୮।୭ : ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ରବିବାର ଠାରୁ ଲୀଳା ଖେଳା କରିବେ ମହାପ୍ରଭୁ। ଏଣୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇବା ପାଇଁ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା।

ଶ୍ରୀମନ୍ଦିର ପ୍ରଶାସନ ସହିତ ସୁଆର ମହାସୁଆର ନିଯୋଗ ମଧ୍ୟରେ ଉତ୍ତମ ସମନ୍ବୟ ରଖାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି। ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଙ୍କ ସୂଚନା ଅନୁଯାୟୀ ଆସନ୍ତାକାଲି ଦିନ ୨ ଟା ୩୦ ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପରେ ପ୍ରଥମ ଆଡ଼ପ ଅବଢ଼ା ବାହାରିବ। ୫୦ ହଜାର ଭକ୍ତଙ୍କ ପାଇଁ ଆଡ଼ପ ଅବଢ଼ା ବ୍ୟବସ୍ଥା କରାଯାଇଛି। ୨୪୦ ଟି ଚୁଲିରେ ଆଡ଼ପ ଅବଢ଼ା ପ୍ରସ୍ତୁତ ହେବ।

ଆହୁରି ପଢନ୍ତୁ : ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା , ଲୋକଙ୍କ ସମସ୍ୟା ବୁଝି ପଦକ୍ଷେପ ନେବାକୁ ପରାମର୍ଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।