ରଥରେ ତିନି ଠାକୁର
ସରିଲା ରଥଯାତ୍ରାର ଆକର୍ଷଣୀୟ ପର୍ବ ବା ପ୍ରଥମ ସୋପାନ ପହଣ୍ଡି ବିଜେ । ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଧାଡ଼ି ପହଣ୍ଡିରେ ଆସି ଠାକୁରେ ରଥରେ ବିରାଜମାନ ହୋଇଛନ୍ତି । ବଡ଼ଦାଣ୍ଡର ପ୍ରତିଟି ସ୍ଥାନ ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ପ୍ରକମ୍ପିତ ହେଉଛି । ତେବେ ଜଗନ୍ନାଥ ପ୍ରଭୁ ବିନା ଟାହିଆରେ ସିହଂଦ୍ବାରରୁ ବାହାରି ପହଣ୍ଡି ହୋଇ ରଥାରୂଢ ହୋଇଥିବାର ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପନ୍ନ ହୋଇଛି । ଭକ୍ତିମୟ ପରିବେଶରେ ଶ୍ରୀକ୍ଷେତ୍ର ଉଛୁଳୁଛି । ତେବେ ମହାପ୍ରଭୁ ଜଗନ୍ନାଥ ବିନା ଟାହିଆରେ ସିଂହଦ୍ବାରରୁ ବାହାରି ରଥାରୂଢ ହୋଇଛନ୍ତି । ପୂର୍ବରୁ ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ନିଜ ନିଜ ରଥରେ ବିରାଜମାନ ହୋଇସାରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।