ଯୌତୁକ ମୃତ୍ୟୁ ଓ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟଙ୍କ ୧୦ ନିର୍ଦ୍ଦେଶ

Aug 27, 2026 - 22:45
ଯୌତୁକ ମୃତ୍ୟୁ ଓ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟଙ୍କ ୧୦ ନିର୍ଦ୍ଦେଶ

"ନୂଆଦିଲ୍ଲୀ : ଯୌତୁକ ମୃତ୍ୟୁ ଓ ବିବାହିତା ମହିଳାଙ୍କ ପ୍ରତି ନିର୍ଯାତନା ସମ୍ବନ୍ଧୀୟ ମାମଲାର ବିଚାରରେ ଦୀର୍ଘ ବିଳମ୍ବକୁ ନେଇ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଏଭଳି ମାମଲାର ଶୀଘ୍ର ବିଚାର ଓ ଆଇନର ଫଳପ୍ରସୂରୁପ କାର୍ଯ୍ୟକାରିତା ପାଇଁ ସର୍ବୋଚ୍ଚ ଅଦାଲତ ୧୦ଟି ନିର୍ଦ୍ଦେଶ ଜାରି କରିଛନ୍ତି ।

ଗତ ୨୦ ତାରିଖରେ ବିଚାରପତି ସଞ୍ଜୟ କରୋଲ ଓ ବିଚାରପତି ଅଗଷ୍ଟିନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।Advertisment ସୁପ୍ରିମ୍‌କୋର୍ଟ କହିଛନ୍ତି, ଯୌତୁକ ମୃତ୍ୟୁ ଓ ବିବାହିତାଙ୍କ ପ୍ରତି ନିର୍ଯାତନା ମାମଲାକୁ ଅଗ୍ରାଧିକାର ଦିଆଯିବ ।

ଦଣ୍ଡବିଧିର ଧାରା ୩୦୪ବି ଓ ୪୯୮ଏ ତଥା ଭାରତୀୟ ନ୍ୟାୟ ସଂହିତାର ଅନୁରୂପ ଧାରା ୮୦ ଓ ୮୫ ଅନ୍ତର୍ଗତ ମାମଲାର ଶୀଘ୍ର ବିଚାର କରାଯିବ ।

ଜିଲ୍ଲା ଅଦାଲତଗୁଡ଼ିକ ୩ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଥିବା ମାମଲା ଚିହ୍ନଟ କରିବେ ।

ବିଶେଷକରି ଚାର୍ଜଫ୍ରେମ୍‌ କିମ୍ବା ସାକ୍ଷ୍ୟଗ୍ରହଣ ଅପେକ୍ଷାରେ ଥିବା ମାମଲାର ନିୟମିତ ତଦାରଖ କରାଯିବ ।

ଚାର୍ଜସିଟ୍‌ ଦାଖଲ ହେବାର ୬୦ରୁ ୯୦ ଦିନ ମଧ୍ୟରେ ଚାର୍ଜଫ୍ରେମ୍‌ ପାଇଁ ଅଦାଲତ ଉଦ୍ୟମ କରିବେ ।

ଏହାପରେ ଯଥାସମ୍ଭବ ଲଗାତାର ସାକ୍ଷ୍ୟଗ୍ରହଣ କରାଯିବ ।

ଅନାବଶ୍ୟକ ମୁଲତବିକୁ ନିରୁତ୍ସାହିତ କରାଯିବ ଏବଂ ମୁଲତବି ଦିଆଗଲେ ତାହାର କାରଣ ଲିପିବଦ୍ଧ କରିବାକୁ ପଡ଼ିବ ।

ଅଭିଯୁକ୍ତଙ୍କ ଓକିଲ ଯଥେଷ୍ଟ କାରଣ ବିନା ବାରମ୍ବାର ଅନୁପସ୍ଥିତ ରହିଲେ ଆଇନ ସହାୟତା ଓକିଲ କିମ୍ବା ଆମିକସ୍‌ କ୍ୟୁରି ନିଯୁକ୍ତ ହୋଇପାରିବେ ।

Maoist Threat in Bhubaneswar!

ହତବମ୍ବ ପୁଲିସ!

ରାଜଧାନୀର ହାଇସିକ୍ୟରିଟି ଜୋନ୍‌ରେ ଜାଳିଲେ ପୋକ୍‌ଲେନ୍‌, ମାଓ ପୋଷ୍ଟର ଲଗାଇ ଦେଲେ ଧମକ ମୁଖ୍ୟ ସାକ୍ଷୀଙ୍କ ପରୀକ୍ଷା ପାଇଁ ପୂର୍ବରୁ କ୍ୟାଲେଣ୍ଡର ପ୍ରସ୍ତୁତ କରିବା, ସମନ ଠିକ୍‌ ସମୟରେ ଜାରି ଓ ସାକ୍ଷୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି ।

ହାଇକୋର୍ଟଗୁଡ଼ିକ ଡିଜିଟାଲ ମାଧ୍ୟମରେ ଏଭଳି ମାମଲାର ଅଗ୍ରଗତି ଉପରେ ନଜର ରଖିବେ ଏବଂ ପୁରୁଣା ମାମଲା ପାଇଁ ସତର୍କ ସୂଚନା ବ୍ୟବସ୍ଥା କରିବେ ।

ବିଚାରାଧୀନ ମାମଲାରେ ଅପିଲ, ପୁନର୍ବିଚାର ଆବେଦନ, ଅନ୍ୟ ଆବେଦନ ଓ ଜାମିନ ପ୍ରସଙ୍ଗକୁ ମଧ୍ୟ ସମୟାନୁସାରେ ସମୀକ୍ଷା କରାଯିବ ।

ରାଜ୍ୟ ଓ ହାଇକୋର୍ଟଗୁଡ଼ିକୁ ବିଚାରପତି, ପୁଲିସ ଅଧିକାରୀ, ସରକାରୀ ଓକିଲ, ସୁରକ୍ଷା ଅଧିକାରୀ ଓ ପରାମର୍ଶଦାତାଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ମହିଳାଙ୍କ ସହାୟତା ପାଇଁ ୱାନ୍‌-ଷ୍ଟପ୍‌ ସେଣ୍ଟର, ପରାମର୍ଶ କେନ୍ଦ୍ର, ମହିଳା ସହାୟତା ଡେସ୍କ, ହେଲ୍ପଲାଇନ୍‌ ଓ ଅନ୍‌ଲାଇନ୍‌ ଅଭିଯୋଗ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ରହିଛି ।

୨୦୨୫ ଡିସେମ୍ବରରେ "ଷ୍ଟେଟ୍‌ ଅଫ୍‌ ଉତ୍ତରପ୍ରଦେଶ ବନାମ ଅଜମଲ ବେଗ୍‌" ମାମଲାର ରାୟ ପରେ ସୁପ୍ରିମ୍‌କୋର୍ଟ ଏହି ପଦକ୍ଷେପ ନେଇଛନ୍ତି ।

ଜଣେ ୨୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ସମ୍ବନ୍ଧୀୟ ଏହି ମାମଲାର ଚୂଡ଼ାନ୍ତ ଫଇସଲା ହେବାକୁ ୨୪ ବର୍ଷ ଲାଗିଥିଲା ।

ଆସନ୍ତା ୧୫ ଅକ୍ଟୋବରରେ ସୁପ୍ରିମ୍‌କୋର୍ଟ ହାଇକୋର୍ଟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କାର୍ଯ୍ୟାନ୍ୱୟନ ରିପୋର୍ଟ ସମୀକ୍ଷା କରିବେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)