ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଅନୁଦାନ ପ୍ରଦାନ ଦିଆଯାଉ, ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର
ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବିଭିନ୍ନ ଦାବି ଉପରେ ସରକାରଙ୍କ ଉଦ୍ଦେଶ୍ୟରେ ବୁଧବାର ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ, ଚାକିରୀ ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟ ଗୁଡିକୁ ଶିକ୍ଷକ, ଶିକ୍ଷା କର୍ମଚାରୀ ନିଯୁକ୍ତି ସହିତ ସରକାରୀକରଣ, ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ପୁନଃ ପ୍ରଚଳନ ଉପରେ ଦର୍ଶାଯାଇଛି ।
ଏଥିରେ ଜିଲା ଓଷ୍ଟା ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ବ୍ଲକ ସଭାପତି ଉମାକାନ୍ତ ନାହାକ, ସମ୍ପାଦକ ସତ୍ୟବାନ ସାହୁ, ଶିକ୍ଷକ ନେତା ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ଗୌରୀନନ୍ଦନ ହୋତ୍ତା, କାମରାଜୂ ଗୌଡ଼, ଅମର ବିଳାସ ବେହେରା, ପ୍ରଦୀପ କୁମାର ଗୌଡ଼, ରାମଚନ୍ଦ୍ର ସାହୁ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଯୋଗ ଦେଇ ଦାବି ପ୍ରଦାନ କରିଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।