ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

Jul 10, 2026 - 21:30
ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

ଛତ୍ରପୁର, ୧୦।୭ (ଦିଲୀପ ସାମଲ) : ୨୦୨୪ ମସିହାରେ କାର୍ଯ୍ୟରତ ଅବସ୍ଥାରେ ଅକସ୍ମାତ ହୃଦ୍ଘାତରେ ପରଲୋକ ବରଣ କରିଥିବା ଚମାଖଣ୍ଡି ପୋଲିସ ଥାନା କର୍ମଚାରୀ ସଞ୍ଜିତ ସ୍ୱାଇଁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଜୀବନ ବୀମା ରାଶି ପ୍ରଦାନ କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପୋଲିସ ପଡ଼ିଆରେ ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି. ସି. ମୃତ ସଞ୍ଜିତଙ୍କ ସ୍ତ୍ରୀ ଝିଲି ସ୍ଵାଇଁ ଏବଂ ତାଙ୍କ ପୁତ୍ର ଆଦିତ୍ୟ ସ୍ୱାଇଁଙ୍କୁ ଏହି ଅନୁକମ୍ପା ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛତ୍ରପୁର ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ସ୍ଵାଗତ କୁମାର ପାଢ଼ୀ, ଜିଲା ପୋଲିସ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ, ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ସେଠୀ, ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ, ସହ ପରିଚାଳକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ମୁଖ୍ୟ ପରିଚାଳକ ପାଢ଼ୀ କହିଥିଲେ ଯେ, ଭାରତୀୟ ଷ୍ଟେଟବ୍ୟାଙ୍କରେ ଦରମା ଖାତା ଥିବା କର୍ମଚାରୀଙ୍କୁ ଗୋଷ୍ଠୀ ଟର୍ମ ଜୀବନ ବୀମା ଯୋଜନାରେ ଏହି ବୀମା ରାଶି ପ୍ରଦାନ କରାଯାଇଥିବା ବେଳେ ଏଥିପାଇଁ କୌଣସି ପ୍ରିମିୟମ ଦେବାକୁ ପଡେ ନାହିଁ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।