ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

Jul 10, 2026 - 21:30
ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ କଳାହାଣ୍ଡି ଜିଲା ର ଆଠଟି ବ୍ଲକ ର ୫୦୧ଟି ଗ୍ରାମର ୧,୧୮, ୦୯୦ହେକ୍ଟର ଜମିରେ ଚଳିତ ଖରିଫ ପାଇଁ ଜଳ ସେଚନ ର ଲକ୍ଷ୍ୟ ରଖାଯାଇଛି। ସମ୍ପ୍ରତି ଇନ୍ଦ୍ରାବତୀ ବାମ ଦକ୍ଷିଣ ଓ ମେଗା ଲିଫ୍ଟ କେନାଲରୁ ପାଣି ଛଡ଼ା ଯାଇଥିବା ସୁଚନା ମିଳିଛି। ଜଳ ସେଚନ ର ଅୟମାରମ୍ଭ ସମୟରେ ଜଳ ଭଣ୍ଡାର ର ଜଳ ସ୍ତର ୬୨୯.୫୬୦ମିଟର ରହିଥିଲା। ଗତ ବର୍ଷ କିନ୍ତୁ ଏହି ସମୟରେ ଜଳ ଭଣ୍ଡାର ର ଜଳ ସ୍ତର ୬୩୩.୦୮୦ମିଟର ଅର୍ଥାତ ୩୮.୯୭ପ୍ରତିଶତ ରେ ରହିଥିଲା ବୋଲି ସୁଚନା ମିଳିଛି। ଖରିଫ ଜଳ ସେଚନ ର ଶୁଭାରମ୍ଭ ସମୟରେ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ପ୍ରଣୟ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ କେ ନାରାୟଣ ରାଓ, ସହକାରୀ ଯନ୍ତ୍ରୀ ବାପୁନ୍ ବେହେରା, କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ଜାଲି, ବିଶ୍ୱଜିତ୍ ବିହାରୀ, ଶାନ୍ତନୁ ଲେଙ୍କା ଙ୍କ ସହିତ ଅନେକ ଚାଷୀ ଉପସ୍ଥିଟ ଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।