01 AUGUST 2026

Welcome!

Unlock your personalized experience.
Sign Up

ମୂଳ ଧର୍ମକୁ ଫେରିବା ପରେ ଶବକୁ ମିଳିଲା ଶ୍ମଶାନ: ୨୨ ଘଣ୍ଟା ପରେ ଶେଷକୃତ୍ୟ ସମ୍ପନ୍ନ

Aug 01, 2026 - 04:27
ମୂଳ ଧର୍ମକୁ ଫେରିବା ପରେ ଶବକୁ ମିଳିଲା ଶ୍ମଶାନ: ୨୨ ଘଣ୍ଟା ପରେ ଶେଷକୃତ୍ୟ ସମ୍ପନ୍ନ

ରାଇଘର: ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ୍‌ ଦେବଗାଁ ପଞ୍ଚାୟତର ଡୁମୁରିମୁଣ୍ଡା ଆଦିବାସୀ ଗ୍ରାମରେ ଶବ ସତ୍କାରକୁ ନେଇ ଲାଗି ରହିଥିବା ବିବାଦର ଶେଷରେ ସମାଧାନ ହୋଇଛି। ମୃତ କମଳସିଂ ଗଣ୍ଡ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ଶବ ସତ୍କାର ପାଇଁ ଗ୍ରାମବାସୀ ତାଙ୍କ ପରିବାରବର୍ଗକୁ ମନା କରିଥିଲେ। ଶୁକ୍ରବାର ପୂରା ପରିବାର ପୁଣି ମୂଳଧର୍ମକୁ ଫେରିବା ପରେ ଯାଇ ୨୨ ଘଣ୍ଟା ପରେ ଶ୍ମଶାନରେ ଜାଗା ମିଳିଥିଲା ଓ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପ୍ରକାଶଯୋଗ୍ୟ, ଡୁମୁରିମୁଣ୍ଡା ଗ୍ରାମର କମଳସିଂ ୩ବର୍ଷ ପୂର୍ବେ ନିଜର ମୂଳଧର୍ମ ଛାଡ଼ି ଅନ୍ୟ ଧର୍ମକୁ ଆପଣାଇଥିଲେ। 

Horoscope 2026 August 01: ଜାଣନ୍ତୁ ଆଜିର ରାଶିଫଳ...

ଗୁରୁବାର ମଧ୍ୟାହ୍ନ ୧୨ଟାରେ ହଠାତ୍‌ ଅସୁସ୍ଥତା ଅନୁଭବ କରିବା ପରେ କମଳସିଂଙ୍କ ମୃତ୍ୟୁ ହୋଇଥିଲା। ତେବେ କମଳସିଂ ଧର୍ମ ପରିବର୍ତ୍ତନ କରିଥିବାରୁ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରିବାକୁ ମନା କରିଥିଲେ ଲୋକେ। ବହୁ ବୁଝାଶୁଝା ପରେ ମଧ୍ୟ ଗ୍ରାମବାସୀ ରାଜି ନ ହେବା ପରେ ଗୁରୁବାର ସନ୍ଧ୍ୟାରେ କମିଟି ଗୃହରେ ଦୁଇ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଥିଲା। ବୈଠକରେ ନିଷ୍ପତ୍ତି ମୁତାବକ ଶୁକ୍ରବାର ମୃତକଙ୍କ ବଡ଼ବାପାଙ୍କ ପୁଅ ରାଇସିଂ ଗଣ୍ଡ ଏବଂ ତାଙ୍କ ପରିବାର ମୂଳ ଧର୍ମକୁ ଫେରିବା ପରେ ବିବାଦର ସମାଧାନ ହୋଇଥିଲା। ୨୨ଘଣ୍ଟା ପରେ ଗାଁ ଶ୍ମଶାନରେ କମଳସିଂଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

Britain: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ପ୍ରଥମ ଟେଲିଫୋନ୍‌ କଥାବାର୍ତ୍ତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।