ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ ଜିତିଲେ ଓଡ଼ିଆ ଝିଅ ପୁନମ

ମୁମ୍ବାଇ: ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ ଜିତିଲେ ଓଡ଼ିଆ ଝିଅ ପୁନମ ମହାରଣା । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ବିଜୟୀ ମୁକୁଟ ପିିନ୍ଧିଛନ୍ତି ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ । ସେ ଆଗାମୀ ଦିନରେ ଆୟୋଜିତ ହେବାକୁ ରହିଥିବା ‘Miss Universe India Finals’ ପ୍ରତିଯୋଗିତା ପାଇଁ ଓଡିଶାରୁ ଚୟନ ହୋଇଛନ୍ତି ।
ସୂଚନାଉସରେ, ଗଞ୍ଜାମର ବିଭୁଦେନ୍ଦ୍ର ମହାରଣା ଏବଂ ସଙ୍ଗୀତା ମହାରଣାଙ୍କ ଏକମାତ୍ର କନ୍ୟାହେଉଛନ୍ତି ପୁନମ ମହାରଣା । ସେ ବିଟେକ କମ୍ପ୍ୟୁଟର ସାଇନ୍ସ ଶିକ୍ଷା ଶେଷ କରିବା ପରେ ପୁନେ ଠାରେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି ପୁନମ୍ । ମିସ୍ ୟୁନିଭସ୍ ଓଡ଼ିଶା ତାଜ୍ ପିନ୍ଧିବା ପରେ ଏବେ ସେ ଜାତୀୟ ସ୍ତରରେ ଭାଗ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ନେଇ ମୁଁ ଗର୍ବିତ । ନିଜ ପରିବାରର ବାପା ଓ ମାଆ ସହ ପରିବାର ବର୍ଗଙ୍କ ସମର୍ଥନ ମିଳିପାରିଥିବା ଯୋଗୁଁ ମୁଁ ଏଠାରେ ପହଞ୍ଚିପାରିଛି ବୋଲି କହିଛନ୍ତି ପୁନମ ।