ଜଳିଗଲା ମାର୍କେଟ କମ୍ପ୍ଲେକ୍ସ , ୮ ଦୋକାନ ଭସ୍ମ
Jun 26, 2026 - 11:27

ବଲାଙ୍ଗିର : ମାର୍କେଟ କମ୍ପ୍ଲେକ୍ସ ରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୮ଟି ଦୋକାନ । ଗତ ରାତିରେ ବଲାଙ୍ଗିର ଗାନ୍ଧିନଗରପଡା ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେସରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଗ୍ୟାରେଜ, ଫର୍ଣ୍ଣିଚର ଦୋକାନ, ଜଳଖିଆ ଦୋକାନ ସମେତ ୩/୪ଟି ଦୋକାନ ଜଳି ପାଉଁଶ ହୋଇଯାଇଛି । ଖବର ପାଇ ୫ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଏସି ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।