ମିମିକ୍ରି କିଙ୍ଗ

Jun 13, 2026 - 17:46
ମିମିକ୍ରି କିଙ୍ଗ

 

ବିହାର ମୁଜାଫରପୁରର ୧୧ ବର୍ଷର ବାଳକ ଅଂଶ ନିଜର ଅସାଧାରଣ ପ୍ରତିଭା ବଳରେ ପ୍ରାୟ ୯୦ ପ୍ରକାରର ଭିନ୍ନ ଭିନ୍ନ ସ୍ୱର ବାହାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି । ଗାଈ, ଛେଳି, କୁକୁର, ବିଲେଇ ଓ ଅନେକ ପକ୍ଷୀଙ୍କ ସମେତ ପଶୁପକ୍ଷୀଙ୍କ ଛୁଆମାନଙ୍କର ସ୍ୱରକୁ ସେ ଏଭଳି ନକଲ କରନ୍ତି ଯେ ଅସଲି ଓ ନକଲି ମଧ୍ୟରେ ଫରକ ଜାଣିବା ମୁସ୍କିଲ ହୋଇପଡ଼େ। ପଶୁପକ୍ଷୀଙ୍କ ବ୍ୟତୀତ ସେ ଲାଲୁ ପ୍ରସାଦ ଯାଦବ, ଚିରାଗ ପାସୱାନ ଏବଂ ଅଖିଳେଶ ଯାଦବଙ୍କ ଭଳି ବଡ଼ ବଡ଼ ରାଜନେତାଙ୍କ ସ୍ୱରର ମଧ୍ୟ ଚମତ୍କାର ମିମିକ୍ରି କରିପାରନ୍ତି । ଏପରିକି ସେ ସ୍ୱୟଂ ଲାଲୁ ଯାଦବଙ୍କ ସାମ୍ନାରେ ତାଙ୍କର ନକଲ କରି ପ୍ରଶଂସା ସାଉଁଟିଛନ୍ତି । ପିଲାଦିନେ ଗାଁରେ ପଶୁପକ୍ଷୀଙ୍କ ସ୍ୱର ଶୁଣି ଶୁଣି ଏହାକୁ ଅଭ୍ୟାସ କରିବା ଆରମ୍ଭ କରିଥିବା ଅଂଶ ମିମିକ୍ରି ସହିତ ସୁନ୍ଦର ଭୋଜପୁରୀ ଲୋକଗୀତ ମଧ୍ୟ ଗାଇପାରନ୍ତି । ତାଙ୍କର ଏହି ନିଆରା ଅଭ୍ୟାସ ଏବେ ତାଙ୍କର ସ୍ୱତନ୍ତ୍ର ପରିଚୟ ପାଲଟିଯାଇଛି ।  ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାସହ ଲୋକଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।