ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ଓ ପରେ ପ୍ରମାଣ ନଷ୍ଟ କରିବାକୁ ଯୁବତୀଙ୍କୁ ହତ୍ୟା
ରାୟଗଡା: ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ଓ ପରେ ପ୍ରମାଣ ନଷ୍ଟ କରିବାକୁ ଯୁବତୀଙ୍କୁ ହତ୍ୟା ଉଦ୍ୟମ କରିଥିବା ମାମଲାରେ ଶୁଣାଣି କରି ଆଜି (ଶନିବାର) ରାୟଗଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୪ଲକ୍ଷଟଙ୍କ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଳ୍ପନା ସ୍ବାଇଁ ଉଭୟ ପକ୍ଷର ଯୁକ୍ତି, ସମସ୍ତ ସାକ୍ଷ୍ୟ, ପ୍ରମାଣ ଆାଧାରରେ ଅଭିଯୁକ୍ତ ବାବୁଲା କୁଲିଶିକାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ୧୦ ବର୍ଷ ସଶ୍ରମ କରାଦଣ୍ଡ ଓ ୪ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥଦଣ୍ଡ ଅନାଦେୟରେ ଅତିରିକ୍ତ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ଚାନ୍ଦିଲି ଥାନାରେ ରୁଜୁ ହୋଇଥିବା କେସ ନଂ ୨୮୫/୫/୧୧/୨୦୨୪ ଘଟଣାରେ ଅଭିଯୁକ୍ତ ବାବୁଲା ମାନସିକ ଅସୁସ୍ଥ ଯୁବତୀଙ୍କୁ ତାଙ୍କ ଦାଦା ସିତାରାମ କୁଲିଶିକାଙ୍କ ଘରୁ ବଳପୂର୍ବକ ଅପହରଣ କରିନେଇଥିଲେ। ଧର୍ଷଣ କରିଥିଲେ ଏବଂ ପରେ ହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣା ଯଦିଓ ୩୧/୧୦/୨୦୨୪ ଦିନ ହୋଇଥିଲା କିନ୍ତୁ ୫/୧୧/୨୪ ତାରିଖରେ ପୀଡ଼ିତାଙ୍କ ସଂପର୍କିୟ କୁନୁ କାଡ୍ରାକା ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।