ମାନପୁର ସେତୁରୁ କାଣୀ ନଦୀକୁ ଡେଇଁଲେ ବୃଦ୍ଧା, ଉଦ୍ଧାର ପରେ ମେଡିକାଲରେ ଚାଲିଛି ଚିକିତ୍ସା
ଆଳି,୩୧|୭(ଆପ୍ର): ବର୍ତ୍ତମାନ ଚାରିଆଡେ ବନ୍ୟା ପାଣି ମାଡିଆସିଥିବା ବେଳେ ଆଳି ଥାନା ମାନପୁର ସେତୁ ନିକଟରୁ ଏକ ଚକିତ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି l ଜନଗହଳିପୂର୍ଣ୍ଣ ଏହି ମାନପୁର ସେତୁ ଉପରୁ ହଠାତ କେହି କିଛି ବୁଝିବା ପୂର୍ବରୁ ଜଣେ ବୃଦ୍ଧା ଖରସ୍ରୋତା ର ଶାଖା କାଣୀ ନଦୀକୁ ଡେଇଁ ପଡିଛନ୍ତି l
ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମାନପୁର ଗ୍ରାମର ନିତ୍ୟାନନ୍ଦ ସାମଲଙ୍କ ଧର୍ମପତ୍ନୀ କନକଲତା ସାମଲ(୭୦) ଆଜି ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ମାନପୁର ସେତୁ ଉପରୁ ନଦୀକୁ ଡେଇଁ ପଡିଥିଲେ l ନଦୀକୁ ଡେଇଁବା ଦେଖି ଲୋକମାନେ ଚିତ୍କାର କରିବାକୁ ଲାଗିଥିଲେ l ଚିତ୍କାର ଶୁଣି ବନ୍ୟା ପ୍ରପୀଡ଼ିତ ମାନଙ୍କୁ ଏକ ଇଞ୍ଜିନ ଚାଳିତ ଡ଼ଙ୍ଗା ଯୋଗେ ରିଲିଫ ଓ ପାନୀୟ ଜଳ ପ୍ରଦାନ କରିବାକୁ ଆଳି ବ୍ଲକ ବିଜୁ ଜନତା ଦଳର ଏକ ଟିମ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ l ଉଦ୍ଧାର କରିବା ସଙ୍ଗେ ସଙ୍ଗେ ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ l ଉଦ୍ଧାର ସମୟରେ ଉକ୍ତ ଡଙ୍ଗାରେ ବିଜେଡ଼ି ଜିଲ୍ଲାପରିଷଦ ଉପାଦକ୍ଷ ଭୀଷ୍ମ ମହାନ୍ତି, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ପ୍ରିୟବ୍ରତ ପାତ୍ର, ସୁବ୍ରତ ଦାଶ, ଅରୂପ ପରିଡ଼ାଙ୍କ ସମେତ ଅନ୍ୟ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ l ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କନକଲତା ଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି l
ଅଧିକ ପଢନ୍ତୁ- Mahanadi Flood Crisis; ମୁଣ୍ଡଳୀରେ ଖସୁଛି ମହାନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ଏବେ ବି ଟଳିନି ବନ୍ୟା ବିପଦ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।