ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା
ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା ଅନ୍ତର୍ଗତ ଜଡ଼ା ଗ୍ରାମର କୁଶ ଗୁରୁ (୫୫) । ଖବର ପାଇ ଭଟଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣି ପୋଲିସ ଅଧିକ ତଦନ୍ତ ଚଲାଇଛି।
ସୂଚନା ଅନୁଯାୟୀ, ମୃତକ ଜଣକ ମାଛ ମାରିବା ପାଇଁ ବରଗଡ଼ ମୁଖ୍ୟ କେନାଲକୁ ଯାଇଥିଲେ। ତେବେ ସେଠାରେ ସେ ମାଛ ମାରୁଥିବା ସମୟରେ କେନାଲ ପାଣିରେ ବୁଡ଼ି ଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।