ମହାନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

Jun 28, 2026 - 21:58
ମହାନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କଟକ,୨୮।୬(ପ୍ରଭୁକଲ୍ୟାଣ ପାଲ୍‌): ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏକ ଅଘଟଣ ଘଟିଛି। ମହାନଦୀର ବୁଡ଼ି ୩ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।

ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି ପରେ ଜଣେ ଛାତ୍ରଙ୍କ ମୃତହେଦ ଉଦ୍ଧାର କରିଥିଲେ। ଅନ୍ୟପକ୍ଷେ ସର୍ଚ୍ଚ ଅପରେସନ ଜାରି ରହିଥିବା କଟକ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ଏପରିକି ଅଗ୍ନିଶମ ବିଭାଗର ୨ଟି ୟୁନିଟ ନିଖୋଜ ଛାତ୍ରଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରଖିଛନ୍ତି।