ମହାନଦୀରେ ବନ୍ୟାଜଳ: ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ

Aug 03, 2026 - 09:51
ମହାନଦୀରେ ବନ୍ୟାଜଳ: ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ

ମହାକାଳପଡ଼ା,୩ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାହାକୁଦ ପିତାପାଟ ଗ୍ରାମ ସଂଲଗ୍ନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀମାନେ ହାତ ବାନ୍ଧି ବସିଛନ୍ତି। ମହାନଦୀରୁ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ଧୀବରମାନେ ଦୁର୍ଦ୍ଦଶା ମଧ୍ୟଦେଇ ଗତି କରୁଛନ୍ତି। ମହାନଦୀରେ ବନ୍ୟା ଜଳ ସହ ପ୍ରବଳ ଅନ୍ତସ୍ରୋତ ଯୋଗୁ ମାଛ ଧରିବା ସମ୍ଭବ ହେଉନାହିଁ। ଏଥିସହିତ ବନ୍ୟା ଯୋଗୁ ନଦୀରେ ପ୍ରବେଶ ଉପରେ ପ୍ରଶାସନ କଟକଣା ରହିଛି ବୋଲି ବୋଲି କହିଛନ୍ତି ସହଦେବ ବେହେରା, ନାରାୟଣ ବେହେରା, ଚଗଲି ବେହେରା, ବସନ୍ତ ବେହେରା। ଦୈନିକ ମାଛ ଧରି ୨ରୁ ୩ହଜାର ଟଙ୍କା ରୋଜଗାର କରନ୍ତି ବୋଲି କହିଛନ୍ତି ସ୍ଥାନୀୟ ଧୀବରମାନେ। ହେଲେ ଏବେ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ବିଡ଼ିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରେ ମହାନଦୀ ଓ ଶାଖା ନଦୀରେ ବନ୍ୟା ଯୋଗୁ ନଦୀ ମଧ୍ୟକୁ ପ୍ରବେଶ ନ କରିବା ନେଇ ସତର୍କ ସୂଚନା ଦିଆଯାଇଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।