ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି, Gen-Z ଙ୍କ ସହ ମିଶିବା ପାଇଁ Insta ଖୋଲନ୍ତୁ…

Jul 24, 2026 - 18:14
ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି, Gen-Z ଙ୍କ ସହ ମିଶିବା ପାଇଁ Insta ଖୋଲନ୍ତୁ…

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀମାନଙ୍କୁ ଜେନ୍-ଜି (Gen-Z) ବା ଆଜିକାଲିର ଯୁବବର୍ଗଙ୍କ ସହ ଯୋଡ଼ିହେବା ପାଇଁ ଇନ୍‌ଷ୍ଟାଗ୍ରାମ୍ (Instagram) ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ସେ ଡିଜିଟାଲ୍ ମାଧ୍ୟମ ଉପରେ ଗୁରୁତ୍ୱ ଦେଇ ଶୁକ୍ରବାର ଦିନ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଜ ସହଯୋଗୀଙ୍କ ସାମ୍ନାରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ରଖିବା ସହ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି। ପିଏମ୍ ମୋଦୀ ପଚାରିଥିଲେ ଯେ ତାଙ୍କର କେତେ ଜଣ ସହଯୋଗୀ ପ୍ରକୃତରେ ଇନ୍‌ଷ୍ଟାଗ୍ରାମ୍ ଭଳି ପ୍ଲାଟ୍‌ଫର୍ମରେ ସକ୍ରିୟ (Active) ଅଛନ୍ତି। ଏହିପରି ପ୍ଲାଟ୍‌ଫର୍ମରେ କେତେ ପରିମାଣର ଯୁବବର୍ଗ ଯୋଡ଼ିହୋଇ ରହିଛନ୍ତି, ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଜଣାଇଥିଲେ।

ଏହା ବ୍ୟତୀତ ସେ ପରାମର୍ଶ ଦେଇଛନ୍ତି ଯେ ପ୍ରତ୍ୟେକ ମନ୍ତ୍ରୀ ଏହି ପ୍ଲାଟ୍‌ଫର୍ମରେ ସକ୍ରିୟ ରହିବା ଉଚିତ୍। କେବଳ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାବଳୀ ବିଷୟରେ ପୋଷ୍ଟ କରିବା ଯଥେଷ୍ଟ ନୁହେଁ, ବରଂ ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ସେମାନେ ଯୁବବର୍ଗଙ୍କ ସହ ସିଧାସଳଖ କଥାବାର୍ତ୍ତା/ଭାବବିନିମୟ ମଧ୍ୟ କରିବା ଆବଶ୍ୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ମନ୍ତ୍ରୀ ରୀଲ୍ସ (Reels) ପୋଷ୍ଟ କରିବା ସହ ଇଣ୍ଟରାକ୍ଟିଭ୍ କଣ୍ଟେଣ୍ଟ (Interactive Content) ସେୟାର କରିବା ଉଚିତ୍। ମୋଦୀ କହିଛନ୍ତି ଯେ ଯୁବବର୍ଗ ବିଶେଷ ଭାବେ ଇନ୍‌ଷ୍ଟାଗ୍ରାମ୍‌ରେ ଅଛନ୍ତି, ସେମାନେ ଏପରି ସମ୍ଭାବ୍ୟ ନାଗରିକ ଯାହାଙ୍କ ସହ ଆମକୁ ସବୁବେଳେ ଯୋଡ଼ିହୋଇ ରହିବାର ଆବଶ୍ୟକତା ରହିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।