ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ

Jul 08, 2026 - 11:25
ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ

ରାୟଗଡା :  କୋରାପୁଟ ଭିଜିଲାନ୍ସର ବଡ଼ ଆକ୍ସନ । ଭିଜିଲାନ୍ସ ଜାଲ ରେ ପଡିଲେ ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ । ଜଣେ ବଳି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ । ସତ୍ୟଜିତଙ୍କର ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢ଼ାଉ ବେଳେ ତାଙ୍କ ଘରୁ ୨ ଲକ୍ଷ ୯୦ ହଜାର ଟଙ୍କା ଜବତ କରାଯାଇଛି । ଖଣି ବ୍ୟବସାୟରେ ରୟାଲିଟି ଏକ୍ସଟେନସନ ପାଇଁ ଏବଂ ସ୍ପଟ୍ ନିଲାମରେ ସୁବିଧା କରାଇଦେବା ନାଁରେ ଲାଞ୍ଚ ନେଉଥିବା ସୂଚନା ମିଳିଛି । ସତ୍ୟଜିତ ରାଉତଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି ।

ଲିଜ୍ ଧାରୀଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ଯୋଜନା ମୁତାବକ ସତ୍ୟଜିତ ରାଉତ ଯେତେବେଳେ ୨ ଲକ୍ଷ ଟଙ୍କା ଗ୍ରହଣ କରୁଥିଲେ ଲୁଚି ରହିଥିବା ଅଧିକାରୀମାନେ ତାଙ୍କୁ ଘେରି ଯାଇଥିଲେ । ଗିରଫ ପରେ ତନାଘନା ଜାରି ରଖି ଭିଜିଲାନ୍ସ ଟିମ୍ ତାଙ୍କର ରାୟଗଡ଼ା ଘରେ ଚଢ଼ାଉ କରିଥିଲା । ସେଠାରୁ ଆଉ ୨ ଲକ୍ଷ ୯୦ ହଜାର ଟଙ୍କା ମିଳିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଏହି ଦୁର୍ନୀତି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ପିଏସ୍ କେସ୍ ନମ୍ବର ୧୪/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।